Home ଓଡ଼ିଶା ପୃଥକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ପୃଥକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

134

ବାଲିଗୁଡା, ୫/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳରେ ଘନକୁହୁଡି ଯୋଗୁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା କାଜୁରିପାଙ୍ଗା ଅଞ୍ଚଳର ଅନନ୍ତ ନାୟକ। ଅନନ୍ତ ପୁଅ ଯୋଶେଫଙ୍କ ସହ ଏକ ଲୁନା ଯୋଗେ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିଲେ। ପଙ୍ଗାଲି ଗ୍ରାମ ନିକଟ ରାସ୍ତା ଉପରେ ଦୁର୍ଘଟଣାରେ ଏକ ଛେଳି ମରି ପଡିଥିଲା। ଅନନ୍ତ ଦେଖି ନ ପାରିବାରୁ ମଲା ଛେଳି ଉପରେ ଲୁନା ଚଢି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଦାରିଙ୍ଗବାଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀ ନେବା ବାଟରେ ମୃତ୍ୟୁ ଘଟିଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ ବାଇକରେ ଥିବା ଦନେକବାଡ଼ି ପଞ୍ଚାୟତ ମାଣ୍ଡୁବାଡ଼ି ଗ୍ରାମର ଲକପତି ବଳିଆର ସିଂ(୬୫)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ପୁଅ ଅଜିତ ବାଇକ ଚଳାଉଥିବା ବେଳେ ସେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟଏକ ବାଇକରେ ଥିବା ତଜଡ଼ବାଡ଼ିର ଜିତେନ୍ଦ୍ର ପ୍ରଧାନ ଏବଂ ରାଇକିଆ ଅଞ୍ଚଳର ଅଙ୍ଗଦ ପ୍ରଧାନ ସାମାନ୍ୟ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.