Home ଓଡ଼ିଶା ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ

ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ

120

ଭୁବନେଶ୍ୱର, ୦୫.୦୧.୨୦୨୦ : (ଓଡ଼ିଆ ପୁଅ) ନୂଆ ବର୍ଷ ୨୦୨୦ ଅବସରରେ ସମଗ୍ର ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ଉତ୍ସବ, ଭୁବନେଶ୍ୱର ବୁଦ୍ଧବିହାରଠାରେ ଶ୍ରୀ ବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ସମିତିର ସମ୍ପାଦକ ପ୍ରଭାକର ମଲ୍ଲିକ ଇତ୍ୟାଦି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ଏହି ଅବସରରେ ନିମ୍ନଲିଖିତ ସମସ୍ୟା ବିଷୟରେ ଦାବି ଉପସ୍ଥାପନା କରାଯାଇ ବିଚାର ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଭାରତର ସମ୍ବିଧାନ ଓ ସମସ୍ତ ନାଗରିକମାନଙ୍କ ଅଧିକାରର ସୁରକ୍ଷା ଦେବା। କେଉଟ, କୈବର୍ତ୍ତ, ଧୀବର, ରାଢ଼ି, ନିଆରି, ନିଅରୀ, ଘଣି, ତିଅର, ଗିରିଗିରା, ଗିରିଗିରିଆ ଓ ଜିଞ୍ଜିରା ଆଦି ସବର୍ଣ୍ଣ ଜାତିକୁ ଅନୁସୂଚିତ ଜାତି ତାଲିକାରେ ସାମିଲ କରି ଅସ୍ପୃଶ୍ୟ ଦଳିତମାନଙ୍କ ଅଧିକାର ଲୁଣ୍ଠନ ଲାଗି ହେଉଥିବା ଚକ୍ରାନ୍ତ ବନ୍ଦ କରିବା। ମେହେନ୍ତର, କାଳନ୍ଦୀ ବୈଷ୍ଣବ, ବାଉରି ବୈଷ୍ଣବ, ପାଣ ବୈଷ୍ଣବ ଇତ୍ୟାଦି ଦଳିତ ବୈଷ୍ଣବ ଜାତିମାନଙ୍କୁ ଏସ୍‌.ସି. ସଂରକ୍ଷଣ ଦେବା ଓ ସଅର, ସଉରା ଇତ୍ୟାଦି ଜାତିଙ୍କୁ ଏସ୍‌.ଟି. ସଂରକ୍ଷଣ ଦେବା। ବହୁ ସଂଖ୍ୟାରେ ଦଳିତ ନାବାଳିକା ଓ ମହିଳାମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଚପାଇ ଦିଆ ନଯାଇ ତ୍ୱରିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବନ୍ଦ କରିବା। ସରକାରୀ ସ୍ତରରେ ଆମ୍ବେଦକର ଭବନ ତିଆରି କରିବା ଓ ବେସରକାରୀ ସ୍ତରରେ ଏଥିପାଇଁ ଜମି ଯୋଗାଇଦେବା। ଗରିବ ଓ ମେଧାବୀ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସରକାରୀ ଓ ବେସରକାରୀ ସ୍ତରରେ ଶିକ୍ଷା ପ୍ରଦାନ କରିବା। ପଦୋନ୍ନତିର ସମସ୍ତ ବ୍ୟବସ୍ଥା ସହ ସଂରକ୍ଷଣ କାର୍ଯ୍ୟକାରୀ କରିବା ଓ ଠିକା ନିଯୁକ୍ତି, ବେସରକାରୀ ସ୍ତରରେ ସଂରକ୍ଷଣ ଲାଗୁ କରିବା। ଗରିବ ବାସହୀନମାନଙ୍କୁ ଜମି ଓ ବାସଗୃହ ଯୋଗାଇଦେବା।

ଶେଷରେ ଏସ୍‌.ସି. ତାଲିକାରେ ସ୍ଥାନିତ ହୋଇଥିବା କେଉଟ, କୈବର୍ତ୍ତ, ଧୀବର ଜାତିଙ୍କୁ ତାଲିକାରୁ ବାଦ ଦେବା ନିମିତ୍ତ ଓଡ଼ିଶା ସରକାରଙ୍କୁ ସୁପାରିଶ୍ ନିମିତ୍ତ ଅନୁରୋଧ କରାଯାଇଅଛି। ତତ୍‌ସହିତ ସୁପାରିଶ୍ ହୋଇଥିବା ରାଢ଼ି, ନିଆରି, ନିଅରୀ, ଘଣି, ତିଅର, ଗିରିଗିରା, ଗିରିଗିରିଆ ଓ ଜିଞ୍ଜିରା ଆଦି ସବର୍ଣ୍ଣ ଜାତିକୁ ସ୍ଥାନିତ ନ କରିବା ନିମିତ୍ତ ପ୍ରସ୍ତାବ ଓଡ଼ିଶା ସରକାରଙ୍କୁ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଅଛି। ଅନ୍ୟଥା ଏହି ବର୍ଗର ୭୦ ଲକ୍ଷ ଅଧିକାରରୁ ବଞ୍ଚିତ ହେଉଥିବା ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇବାପାଇଁ ବାଧ୍ୟ ହେବେ ଏବଂ ଦରକାର ପଡ଼ିଲେ ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.