Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସପରିବାରର ସୁରକ୍ଷା ନେଇ ମାତା...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସପରିବାରର ସୁରକ୍ଷା ନେଇ ମାତା ଆରତୀ ପୁଲିସ୍‌ର ସହଯୋଗ ଲୋଡିଲେ

28

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ପୂର୍ବକ ହତ୍ୟା କରିବାର ଉଦ୍ୟମ କରାଯାଇଥିବାର ଅଭିଯୋଗ କରିଛନ୍ତି ଜଣେ ମହିଳା । ସାବରଙ୍ଗ ଥାନା ଅଧୀନସ୍ଥ ବାରିକଛକ ନିବାସୀ ଆରତୀଲତା ତ୍ରିପାଠୀ ନାମକ ଜଣେ ମହିଳା ସାବରଙ୍ଗ ଥାନାରେ କରିଥିବା ଅଭିଯୋଗ ମୂଳେ ଗତକାଲି ରାତି ପ୍ରାୟ ୧ଟା ସମୟରେ ତାଙ୍କ ପୁତ୍ର ତାର ଆଶା ଫ୍ଲାଏ ଆସ୍ ବ୍ରିକ୍ସ ଫ୍ୟାକ୍ଟିରରେ ଭାଙ୍ଗିଦିଆଯାଇଥିବା ସେଟ୍‌ଟିକୁ ମରାମତି କରିବା ସମୟରେ କରୁଣାକର ମଲ୍ଲିକ ତାହାର ସହଯୋଗୀମାନଙ୍କୁ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତା ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ତାର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ମୁଣ୍ଡ ଫାଟିଯାଇଥିଲା । ସ୍ଥାନୀୟ ଲୋକେ ତାକୁ ଭଦ୍ରକର ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଣିବା ପରେ ଆଜି ମା’ ଆରତୀ ଦେବୀ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଏତଲା ମୂଳେ ଅଭିଯୁକ୍ତ କରୁଣାକର ମଲ୍ଲିକ ଏବେ ଦିବାକର ନୋଡାଲ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଅଛନ୍ତି । ସେ ସ୍ଥାନୀୟ ସରପଞ୍ଚ ଗଣେଶ ପ୍ରସାଦ ମଲ୍ଲିକଙ୍କ ଭାଇ ହୋଇଥିବାରୁ ତାଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଗତ ଜୁଲାଇ ୧୭ ତାରିଖ ଦିନ ସାବରଙ୍ଗ ଥାନା କେଶ୍ ନଂ ୧୭୦/୨୧, ଜିଆର ୧୯୧୮/୨୧ ମୂଳେ ମାମଲା ରହିଛି । ଏମାନେ ଫେରାର ଥାଇ ଗତ ୪ ତାରିଖରେ ଉଚ୍ଚ ନ୍ୟାୟାଳୟରୁ ବେଲ୍ ପାଇ ଘରକୁ ଆସିବା ପରେ ଯୋଜନାବଦ୍ଧ ଭାବେ ତାଙ୍କ ପୁଅକୁ ଆକ୍ରମଣ କରିଥିବା ବିଷୟ ସେ ଅଭିଯୋଗ କରିଛନ୍ତି । ଏବଂ ତାଙ୍କ ପୁତ୍ରକୁ ଆକ୍ରମଣ କରୁଥିବା ସମୟର ସମସ୍ତ ଭିଡିଓ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଏଣୁ ଅଭିଯୁକ୍ତମାନେ ତାଙ୍କ ପୁତୁରା ଓ ତାଙ୍କ ପରିବାରଙ୍କୁ ହତ୍ୟା କରିବାର ଧମକ ଦେଉଥିବାରୁ ପୁଲିସ୍ ସେମାନଙ୍କୁ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.