Home ଜିଲ୍ଲା ପରିକ୍ରମା ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

45

ନୟାଗଡ଼ ୧୫/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ରାଜଜଙ୍କିଆ ଗ୍ରାମ ନୂଆ ସାହିରେ ସେପ୍ଟେମ୍ବର ୧୩ ତାରିଖ ରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଏକ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଚାନ୍ଦପୁର ଥାନା ପୋଲିସ ଖବର ପାଇ ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗୁରୁତର ଅବସ୍ଥାରେ ପଡ଼ିଥିବା ବ୍ୟକ୍ତି ହେଉଛନ୍ତି ଜଙ୍କିଆ ଗ୍ରାମର ପବିତ୍ର ରଣ ବିଜୁଳି। ପ୍ରାପ୍ତ ସୂଚନା ଅନୁଯାଇ କିଛି ବ୍ୟକ୍ତି ପୂର୍ବ ଶତୃତାକୁ କେନ୍ଦ୍ର କରି ପବିତ୍ରଙ୍କୁ ଲୁହା ଛଡ଼ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ପବିତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମସ୍ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାଇ ପବିତ୍ର ରଣବିଜୁଳି ଙ୍କ ପୁତ୍ର ୰ ବିବେକ ରଣବିଜୁଳି ଗତ ୨୦୨୧ ମସିହା ଫେବୃୟାରୀ ୨୧ ତାରିଖରୁ ଫେରାର ଥିଲେ। ଫେବୃୟାରୀ ୨୨ ତାରିଖ ଅପରାହ୍ନରେ ମୟୁରଝାଲିଆ ପଥର ଖଣି ନିକଟ ଏକ କାଜୁ ଗଛରୁ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିଲା।

କିଛି ବ୍ୟକ୍ତି ବିବେକଙ୍କୁ ନିର୍ବାଚନ ଜନିତ ଆକ୍ରୋଶ ରଖି ହତ୍ୟାକରି ଝୁଲାଇ ଦେଇଥିବା ପବିତ୍ର ରଣ ବିଜୁଳି ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ସେହିଦିନ ଠାରୁ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା। ପୋଲିସ ର ତଦନ୍ତ ପରେ ବିବେକ ଙ୍କ ମୃତ୍ୟୁ ପ୍ରେମରେ ଅସଫଳତା ଯୋଗୁଁ ଆତ୍ମହତ୍ୟା ବୋଲି ଜଣାପଡିଥିଲା। ତେଣୁ ସେହି ହତ୍ୟାକାଣ୍ଡର ସବିଶେଷ ତଥ୍ୟ ଅଦାଲତରେ ଦାଖଲ କରାଯାଇଅଛି ବୋଲି ଶରଣକୂଳ ଉପଖଣ୍ଡିୟ ପୋଲିସ ଅଧିକାରୀ କିରଣ ହେମରମ୍ ପ୍ରଶ୍ନରେ କହିଛନ୍ତି। ଖବର ଲେଖାହେଲା ପର୍ଯ୍ୟନ୍ତ ଚାନ୍ଦପୁର ଥାନାରେ ପବିତ୍ର ଙ୍କ ତରଫରୁ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ଚାନ୍ଦପୁର ଥାନା ନିରୀକ୍ଷକ ମୁକେଶ କୁମାର ବେହେରା କହିଛନ୍ତି। ଅଭିଯୋଗ ପାଇଲା ପରେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ। ପବିତ୍ର ରଣବିଜୁଳି ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.