Home ଓଡ଼ିଶା ପୂର୍ବତନ ସାଧାରଣ ସଂପାଦିକା ଶ୍ରୀମତୀ ପୁଷ୍ପିତା ଜେନାଙ୍କ ବିୟୋଗରେ ପ୍ରଦେଶ ମହିଳା କଂଗ୍ରେସର ଶୋକ

ପୂର୍ବତନ ସାଧାରଣ ସଂପାଦିକା ଶ୍ରୀମତୀ ପୁଷ୍ପିତା ଜେନାଙ୍କ ବିୟୋଗରେ ପ୍ରଦେଶ ମହିଳା କଂଗ୍ରେସର ଶୋକ

37

ଭୁବନେଶ୍ୱର ୬.୮ (ଓଡ଼ିଆ ପୁଅ) – ପୂର୍ବତନ ସାଧାରଣ ସଂପାଦିକା ୰ ପୁଷ୍ପିତା ଜେନାଙ୍କ ବିୟୋଗରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀମତୀ ପରିଡ଼ା ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତା ଜେନା କଂଗ୍ରେସ ଦଳରେ ରହି କଂଗ୍ରେସ ଦଳକୁ ସୁ ସଂଗଠିତ କରିବାପାଇଁ ଚେଷ୍ଟା କରିଥିଲେ। ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ତାଙ୍କ ବିୟୋଗ କଂଗ୍ରେସ ଦଳପାଇଁ ଅପୁରଣୀୟ କ୍ଷତି। ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ, ସ୍ନେହୀ ସମାଜସେବୀ ଭାବେ ସ୍ମରଣୀୟ ହୋଇ ରହିବେ। ସ୍ୱର୍ଗତ ଜେନା ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଶ୍ରୀମତୀ ପରିଡ଼ା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ସାହୁ, ପ୍ରଣତୀ ମିଶ୍ର, ବିଣାପାଣୀ ସାମଲ, ରଶ୍ମି ମହାପାତ୍ର, ପ୍ରତିମା ମଲ୍ଲିକ, ସ୍ୱାଧୀନବାଳା ଦାସ, ସବିତା ଧିର, ଶ୍ରିୟାସ୍ମିତା ପଣ୍ଡା, ଜାନକୀ ମଲ୍ଲିକ, ସ୍ନେହଲତା ରାୟ, ଗୀତାଞ୍ଜଳି ମହାନ୍ତି, ପ୍ରଭାବିତ ପଟ୍ଟନାୟକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଲଳିତା ସାହୁ, ଉର୍ବଶ୍ରୀ ମିଶ୍ର, ଅରୁଣଧ୍ୱତି ପରିଡ଼ା, ନିର୍ମଳା ମଲ୍ଲିକ, ଆରତୀ ସ୍ୱାଇଁ, ଶ୍ରୀୟା ମହାନ୍ତି, ଲକ୍ଷ୍ମିପ୍ରିୟା ଦାସ, ଅର୍ନ୍ନପୂର୍ଣ୍ଣା ତରାଇ, ପ୍ରମିଳା ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଶୁଭଦ୍ରା ମିଶ୍ର, ଜୟଶ୍ରୀ ପାତ୍ର, ସ୍ୱାଗତିକା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.