Home ଓଡ଼ିଶା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଲେ ଲୋକସଭାର ଆସନସଂଖ୍ୟା ବଢ଼ାଇ ୧୦୦୦ କରିଦେବା ଆବଶ୍ୟକ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଲେ ଲୋକସଭାର ଆସନସଂଖ୍ୟା ବଢ଼ାଇ ୧୦୦୦ କରିଦେବା ଆବଶ୍ୟକ

626

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସୋମବାରଦିନ ଲୋକସଭାର ଆସନସଂଖ୍ୟା ୫୪୩ ରୁ ବଢ଼ାଇ ୧୦୦୦ କରିବା ଏବଂ ରାଜ୍ୟସଭାର ଆସନ ମଧ୍ୟ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇ କହିଛନ୍ତି। ପ୍ରଣବ ମୁଖାର୍ଜୀ କହିଲେ କି ଭାରତରେ ନିର୍ବାଚିତ ପ୍ରତିନିଧିମାନଙ୍କ ନିର୍ବାଚନ କ୍ଷେତ୍ର ଅାନୁପାତିକ ସ୍ତରରେ ବଡ଼ ଅଟେ। ଦ୍ୱିତୀୟ ଅଟଳ ବିହାରୀ ବାଜପେୟୀ ସ୍ମୃତି ବ୍ୟାଖ୍ୟାନରେ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରପତି କହିଲେ କି ଲୋକସଭାର କ୍ଷମତାକୁ ୧୯୭୭ ରେ ସଂଶୋଧିତ କରାଯାଇଥିଲା। ଯାହା ୧୯୭୧ ର ଜନଗଣନା ଆଧାରରେ କରାଯାଇଥିଲା ଏବଂ ସେହି ସମୟରେ ଜନସଂଖ୍ୟା ୫୫ କୋଟି ଥିଲା। ସେ କହିଛନ୍ତି ଜନସଂଖ୍ୟା ଦୁଇଗୁଣାରୁ ଅଧିକ ବଢ଼ିଗଲାଣି ଏବଂ ପରିସୀମା ବଢ଼ାଇବାର ଆବଶ୍ୟକତା ପଡ଼ୁଛି। ସେ କହିଛନ୍ତି ଆଦର୍ଶ ଭାବେ ଏହାକୁ ବଢ଼ାଇକରି ୧୦୦୦ କରିଦେବା ଆବଶ୍ୟକ। ଇଣ୍ଡିଆନ୍ ଫାଉଣ୍ଡେସନ ତରଫରୁ ଆୟୋଜିତ ବ୍ୟାଖ୍ୟାନରେ ମୁଖାର୍ଜୀ ବାଜପେୟୀଙ୍କର ଏହା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.