Home ଜିଲ୍ଲା ପରିକ୍ରମା ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ୯ମ ଶ୍ରାଦ୍ଧ ଉତ୍ସବ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ୯ମ ଶ୍ରାଦ୍ଧ ଉତ୍ସବ ଓ ରକ୍ତଦାନ ଶିବିର ଅନୁଷ୍ଠିତ

28

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ସ୍ୱର୍ଗତ ମାନସରଂଜନ ମଲ୍ଲିକ ଜଣେ ନେତା ନଥିଲେ, ସେ ଜଣେ ଆଦର୍ଶ ବାସ୍ତବବାଦୀ ଓ ଦରଦୀ ମଣିଷ ଥିଲେ । ତାଙ୍କର ରାଜନୈତିକ ସାଂଗକୁ ସମାଜସେବାକୁ ଅଧିକ ଗୁରୁତ୍ୱ ଦେଉଥିଲେ ବୋଲି ଆଜି ତାଙ୍କର ୯ମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନରେ ସ୍ୱର୍ଗତ ମଲ୍ଲିକଙ୍କ ନିଜଗ୍ରାମ ହସନାବାଦ ପଂଚାୟତର ଗୋପବନ୍ଧୁନଗର ହାଇସ୍କୁଲ ପଡ଼ିଆରେ ଆୟୋଜିତ ଶ୍ରାଦ୍ଧଉତ୍ସବରେ ସ୍ମୃତିଚାରଣ ସଭାରେ ମାନସମଲ୍ଲିକ ସ୍ମୃତି କମିଟିର ସଭାପତି, ଶିକ୍ଷାବିତ୍ ପ୍ରମୋଦ କୁମାର ଦାସଙ୍କ ସଭାପତିତ୍ୱରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଧର୍ମଶାଳା ବିଧାୟକ ପ୍ରଣବବଳବନ୍ତ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର କୁମାର ଦାସ, ତିହିଡ଼ି ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ଧାମନଗର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନାରାୟଣଚନ୍ଦ୍ର ସାହୁ ଓ ବିନୋଦ ନାୟକ, ଭଦ୍ରକର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ବିଜୁ ଜନତାଦଳର ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବିଜୁ ଯୁବଜନତା ଦଳର ଜିଲ୍ଳା ସଭାପତି ମୁକୁନ୍ଦଦେବ ସାମଲ, ରାଜ୍ୟ ସମ୍ପାଦକ ପ୍ରିନ୍ସରାକେଶ ନାୟକ, ଶିକ୍ଷାବିତ୍ ଅଶୋକ ବଳ, ନିତ୍ୟାନନ୍ଦ ମିଶ୍ର, ସମିତିସଭ୍ୟ ହରେକୃଷ୍ଣ ପାଢୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକ ଧାମନଗର ନିର୍ବାଚନ ମଣ୍ଡଳୀର ତାଙ୍କ ବିଧାୟକ ସମୟରେ ଜନସେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସ୍ୱର୍ଗତ ମଲ୍ଲିକଙ୍କର ସାନଭାଇ ତଥା ହସନାବାଦ ପଂଚାୟତର ସମତିିସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଅତିଥିପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିବିସିସି ସଭାପତି ରଘୁନାଥ ଲେଙ୍କା, ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲ, ଆଇନ୍‌ଜୀବୀ ଦେବାଶିଷ ସାମଲ, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ଧିରେନ୍ଦ୍ର ନାୟକ, ରାମଚନ୍ଦ୍ର ସାହୁ, ଅମରେନ୍ଦ୍ର ମହାନ୍ତି, କୂଳମଣୀ ବେହେରା, ବିଦ୍ୟାଧର ରାଉତ, ଧାମନଗର ବିଜେଡ଼ି ନଗର ସଭାନେତ୍ରୀ ନିବେଦିତା ଜେନା, ବିଜେଡ଼ି ବ୍ଲକ ସଭାନେତ୍ରୀ ତନୁଶ୍ରୀ ବେହୁରିୟା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ମଲ୍ଲିକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ସହିତ ଶ୍ରାଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ୭୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକରକ୍ତଦାନ ଭଣ୍ଡାରର କର୍ମଚାରୀମାନେଏହି ରକ୍ତଦାନଶିବିରକୁ ପରିଚାଳନାକରିଥିଲେ । ସ୍ୱର୍ଗତ ମଲ୍ଳିକଙ୍କ ସୁପୁତ୍ର ଅମିତ କୁମାର ମଲ୍ଲିକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.