Home ଓଡ଼ିଶା ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ

ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ

664

ପାଟଣା ୨୩-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ହଲଦୀବଟା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ ହୋଇ ଚିକିତ୍ସିତ ହେଉଥିଲେ।

ଶ୍ରୀ ନାଏକ ଭାରତୀୟ ବାୟୁସେନାରୁ ଅବସର ପରେ ୨୦୦୦ ମସିହା ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ତରଫରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହଳଦୀବଟା ଗ୍ରାମରେ ନିଜସ୍ୱ ବାସଭବନରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଗତ ଡିସେମ୍ବର ୧୭ ରେ ଭୁବନେଶ୍ୱର କୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବୁଧବାର ରାତି ୧୦ ଟା୩୦ମିନିଟ ସମୟରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗ ରେ ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ପୂର୍ବତନ ଜିଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ସଦର ବିଧାୟକ ମୋହନ ଚରଣ ମାଝୀ, ଦଶମତି ଚାତାର, ପୂର୍ବତନ ବ୍ଲକ ଅଧକ୍ଷ ଗୌତମ ନାଏକ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.