Home ଓଡ଼ିଶା ପୂର୍ବତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ଉଦଯାପିତ

ପୂର୍ବତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ଉଦଯାପିତ

30

– ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ, କଟକ, ସମ୍ବଲପୁର ଓ ବିଶାଖା ପାଟଣା ଷ୍ଟେସନରେ ଆୟୋଜିତ ସମାରୋହ
– ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ / ସେମାନଙ୍କ ପରିବାର ସଦସ୍ୟ ଏବଂ ପାଇକ ବିଦ୍ରୋହ ଶହୀଦଙ୍କ ବଂଶଧରଙ୍କୁ ସମ୍ମାନିତ କରାଯାଇଅଛି

ପୂର୍ବତଟ ରେଳପଥ ଦ୍ୱାରା ସପ୍ତାହବ୍ୟାପୀ ତଥା ଜୁଲାଇ ୧୮ ତାରିଖରୁ ଆୟୋଜିତ ହୋଇଥିବା ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସ୍ମରଣୀୟ ସପ୍ତାହ ଉତ୍ସବ ଆଜି ଅର୍ଥାତ୍ ୨୩ ଜୁଲାଇ ୨୦୨୨ ରେ ସମାପ୍ତ ହୋଇଛି। ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ତଥା ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ସ୍ମରଣୀୟ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ କରାଯାଇଅଛି।

ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ସପ୍ତାହ ଉତ୍ସବ ପାଳନ ପାଇଁ ଭାରତୀୟ ରେଳ ସମଗ୍ର ଭାରତ ବର୍ଷରେ ୭୫ ରେଳ ଷ୍ଟେସନକୁ ମନୋନୀତ କରିଥିଲା। ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଓ ବିଶାଖାପାଟନମ ଷ୍ଟେସନକୁ ମନୋନୀତ କରାଯାଇଥିଲା। ସପ୍ତାହବ୍ୟାପୀ ଉତ୍ସବ ପାଳନ ସମୟରେ, ପଥପ୍ରାନ୍ତ ନାଟକ, ଦେଶାତ୍ମବୋଧକ ଗୀତ, ଦେଶଭକ୍ତି ନୃତ୍ୟ, ତତକ୍ଷଣାତ୍ କୁଇଜ୍, ସେଲଫି ପଏଣ୍ଟ, ମନୋନୀତ ରେଳ ଷ୍ଟେସନ ଗୁଡିକରଡି ଆଲୋକୀକରଣ, ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂକ୍ଷିପ୍ତ ଇତିହାସର ଅଡିଓ / ଭିଡିଓ ପ୍ରଦର୍ଶନ, ସ୍ୱାଧୀନତା ସଂଗ୍ରାମୀଙ୍କ ୩D କଟଆଉଟ୍, ଆଲୋକ ଏବଂ ଧ୍ୱନି କାର୍ଯ୍ୟକ୍ରମ ଇତ୍ୟାଦିକୁ ଆୟୋଜନ କରାଯାଇଥିଲା। ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆ ଯାଇଥିବା ମହାନ ବଳିଦାନ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଉପରୋକ୍ତ ସମସ୍ତ ତିନୋଟି ରେଳ ଷ୍ଟେସନରେ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା।

ସ୍ମରଣୀୟ ସପ୍ତାହ ଉତ୍ସବର ସମାପ୍ତିର ଏକ ଅଂଶ ଭାବରେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ସମାପନ ସମାରୋହ ଆୟୋଜିତ ହୋଇଥିଲା ଯେଉଁଠାରେ ପୂର୍ବ ତଟ ରେଳପଥର ପ୍ରମୁଖ ଇଲେକ୍ଟ୍ରି କାଲ୍ ଇଞ୍ଜିନିୟର ଶ୍ରୀ ବାସୁଦେବ ପଣ୍ଡା ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଚାରିଜଣ ସ୍ୱାଧୀନତା ସଂଗ୍ରାମୀ / ସେମାନଙ୍କ ପରିବାର ସଦସ୍ୟ ଏବଂ ନଅ ଜଣ ପାଇକ ବିଦ୍ରୋହ ଶହୀଦଙ୍କ ବଂଶଧର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ଶ୍ରୀ ବସୁଦେସୁ ପଣ୍ଡା କହିଛହିନ୍ତି ଯେ, ପୂର୍ବ ତଟ ରେଳପଥର ସମସ୍ତ ବିଭାଗ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନର ସପ୍ତାହବ୍ୟାପୀ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିରିଲେ। ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମର୍ପଣ କରି ଦିଆଦି ଯାଇଥିବା ମହାନ ବଳିଦାନକୁ ସମ୍ମାନ ଦେବା ଏବଂ ଦେଶର ଏକତା ତଥା ଜାତୀୟତାକୁ ଆହୁରି ଆଗକୁ ବଢାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ। ଦୁଇ ଶହ ବର୍ଷ ପୁରୁଣା ପାଇକ ବିଦ୍ରୋ ହ ପାଇଁ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଓଡିଶାର ଗର୍ବ ଅଟେ।

କଟକ ରେଳ ଷ୍ଟେସନରେ ଏହି ଉତ୍ସବରେ ଯୋଗଦେଇ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ କଲ୍ୟାଣ ପଟ୍ଟନାୟକ ତିନି ଜଣ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ସମ୍ମାନୀତ କରିଥିଲେ। ସେହିଭହିଳି ଅତିରିତିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଅଶୋକ କୁମାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷୀଗୋପାଳ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିରିଲେ। ଏହା ବ୍ୟତୀତ ୱାଲଟିୟର ମଣ୍ଡଳ ରେଳବାଇ ପ୍ରବନ୍ଧକ ଅନୂପ ଶତପଥୀ ଏବଂ ସମ୍ବଲପୁରପୁ ରେଳ ମଣ୍ଡଳରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମ ସମାପ୍ତ ହେବା ପରେ, ସମସ୍ତ ପାଞ୍ଚଟି ରେଳ ଷ୍ଟେସନ ଭିଡିଓଡି କନଫରେନ୍ସିଂ ମାଧ୍ୟମରେ ନୂଆଦିଲ୍ଲୀ ରେ ଆୟୋଜିତ କେନ୍ଦ୍ରୀୟ କାର୍ଯ୍ୟ ସହିତ ସଂଯୁକ୍ତ ହୋଇଥିଲା। ନୂଆଦିଲ୍ଲୀରେ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ଭାରତର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନେତୃତ୍ୱରେ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଉପସ୍ଥିତ ଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ମାୟାଧର ମଲିକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାଧୀନତା ସମୟରେ ତାଙ୍କ ଅଭିଜ୍ଞତା ତଥା ଭାରତୀୟ ରେଳବାଇର ବିଭିନ୍ନ ରେଳ ଷ୍ଟେସନରେ ଉପସ୍ଥିତ ଥିବା ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଯୋଗାଯୋଗ କରି ସେମାନଙ୍କର ସ୍ୱାଧୀନତା ସଂଗ୍ରାମ ବେଳର ଅନୁଭବକୁ ପଚାରି ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.