Home ଜିଲ୍ଲା ପରିକ୍ରମା ପୂର୍ତ୍ତ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟର ପରିଣାମ: ପେନସନରୁ ବଞ୍ଚିତ ୮୦ରୁ ଊର୍ଦ୍ଧ୍ୱ ୱାର୍କଚାର୍ଜ୍ଡ କର୍ମଚାରୀ

ପୂର୍ତ୍ତ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟର ପରିଣାମ: ପେନସନରୁ ବଞ୍ଚିତ ୮୦ରୁ ଊର୍ଦ୍ଧ୍ୱ ୱାର୍କଚାର୍ଜ୍ଡ କର୍ମଚାରୀ

51

ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ପୂର୍ତ୍ତ ବିଭାଗରୁ ଅବସର ନେବାର ଦୀର୍ଘଦିନ ପରେ ବି ବରିଷ୍ଠ କର୍ମଚାରୀମାନେ ଇପିଏଫ ପେନସନ ପାଇବାକୁ ବଞ୍ଚିତ ହୋଇଛନ୍ତି। ଏନେଇ ବିଭିନ୍ନ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ବୟସର ଅପରାହ୍ନରେ ଏହି ବର୍ଷିୟାନ ନାଗରିକମାନେ ସାମାଜିକ ସୁରକ୍ଷା ପାଇଁ ଶେଷରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣା ଦେଇଥିବା ଲକ୍ଷ୍ୟ କରାଯାଇଛି। ବାଲେଶ୍ୱର ପୂର୍ତ୍ତର୍ ବିଭାଗରେ ଦୀର୍ଘଦିନ ଡିଏଲଆର ଓ ୱାର୍କଚାର୍ଜ୍ଡ କର୍ମଚାରୀ ଭାବେ କାର୍ଯ୍ୟକରି ସେମାନେ ଅବସର ନେଇଥିବା କହିଛନ୍ତି। କାର୍ଯ୍ୟ କରିଥିବା ପୂର୍ତ୍ତ ବିଭାଗରୁ ୧୯୮୩ ମସିହାରୁ କେୱାଇସି, ଡିଏସସି ପ୍ରଭୃତିର ମାସିକ ରିଟର୍ଣ୍ଣ ଇପିଏଫ କମିଶନରଙ୍କ ନିକଟରେ ଦାଖଲ ନ ହେବା କାରଣରୁ ଅବସରପ୍ରାପ୍ତ ୮୦ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଅଦ୍ୟାବଧି ପେନସନ୍ ମିଳୁନଥିବା ସେମାନେ କହିଛନ୍ତି। ଏମିତିକି ଏସବୁ ରେକର୍ଡ଼ ଦାଖଲ ପାଇଁ ଇପିଏଫ କମିଶନରଙ୍କଠାରୁ ପୂର୍ତ୍ତ ବିଭାଗକୁ ଏକାଧିକ ଚିଠି ଆସିଥିଲେ ମଧ୍ୟ ଭାରପ୍ରାପ୍ତ ଅଧିକାରୀଙ୍କ ମନମୁଖୀ ତଥା ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ଏହି ବରିଷ୍ଠ ନାଗରିକମାନେ ବାରଦ୍ୱାର ହୋଇ ଶେଷରେ ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ସବୁଠାରୁ ବଡ଼କଥା ହେଲା ସରକାରୀ ଚାକରି କରି ଅବସର ନେଇଥିବା କାରଣରୁ ଅନ୍ୟାନ୍ୟ ସରକାରୀ ସାମାଜିକ ସୁରକ୍ଷା ଯୋଜନାରେ ତାଙ୍କୁ ସ୍ଥାନୀୟ ପ୍ରଶାସନ ସାମିଲ କରୁନାହାନ୍ତି। ଫଳରେ ସେମାନେ ବାର୍ଦ୍ଧକ୍ୟ ଭାତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମିତିକି ସରକାରୀ ଚାକିରିଆ ହୋଇଥିବା କାରଣରୁ ସେମାନଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳୁନାହିଁ। ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଅବସରପ୍ରାପ୍ତ ବୃଦ୍ଧ ଓ ବୃଦ୍ଧାମାନେ ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.