Home ଓଡ଼ିଶା ପୁଲିସ ହାବିଲଦାର ସହ ୩ ଆକ୍ରାନ୍ତ ଚିହ୍ନଟ, ସଙ୍ଗରୋଧରେ ରହିଲେ ଥାନା ଅଧିକାରୀଙ୍କ ସହ ପୁଲିସ...

ପୁଲିସ ହାବିଲଦାର ସହ ୩ ଆକ୍ରାନ୍ତ ଚିହ୍ନଟ, ସଙ୍ଗରୋଧରେ ରହିଲେ ଥାନା ଅଧିକାରୀଙ୍କ ସହ ପୁଲିସ କର୍ମଚାରୀ

88

ମାଲକାନଗିରି, ୧୨ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୀମାନ୍ତ ମୋଟୁ ଚେକପୋଷ୍ଟ ପ୍ରବେଶପଥରେ ମୂତୟନ ଥିବା କରୋନା ଯୋଦ୍ଧା ପୁଲିସ ହାବିଲଦାର ସହ କୋରକୁଣ୍ଡା ତାର୍ଲାକୋଟା ସଙ୍ଗରୋଧର କର୍ମଚାରୀ ଜଣେ ଥିବାବେଳେ ଅନ୍ୟଜଣେ ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଥରକରି ମାଲକାନଗିରି ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବାରୁ ମୋଟୁ ଥାନା କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ଥାନା ଅଧିକାରୀ ସମତେ ଅନ୍ୟାନ ପୁଲିସ କର୍ମଚାରୀ ମାନଙ୍କୁ କ୍ୱାରେଟାଂଇନ ରେ ରଖ।।ଯାଇ ମୋଟୁ ଥାନାକୁ ସାନିଟାଇଜ କରିଯାଇଛି ଓ ଏମଭି୭୯ ଥାନାରୁ ପୁଲିସ କର୍ମଚାରୀ ମାନଙ୍କୁ ମୋଟୁ ଥାନା ଦାଇତ୍ୱ ତୁଲାଇବା ପାଇଁ ଜିଲା୍ଲପୁଲିସ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି। ଏବେ ମହାମାରୀ କରୋନା କାୟାବିସ୍ତାର କରି ତିନୋଟି ବ୍ଲକର ୫ଟି ପଚାଂୟତ ରେ ପହଁଚିଗଲାଣି, ମାଲକାନଗିରି ଜିଲ୍ଲାରେ ୨୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୪ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜିର ୩ ଜଣ ଚିହ୍ନଟ ଙ୍କ ମଧ୍ୟରୁ ମୋଟୁ ଚେକପୋଷ୍ଟ ନିକଟରେ ମୂତୟନଥିବା ମୋଟୁ ଥାନା ହାବିଲଦାର, ଅନ୍ୟଜଣେ ତାର୍ଲାକୋଟା କ୍ୱାରେଟାଂଇନ ରେ ମୂତୟନଥିବା କର୍ମଚାରୀ ଓ ଅନ୍ୟଜଣେ ସେହି ସଙ୍ଗରୋଧ କେନ୍ଦ୍ରରେ ଥିବା ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି ଜଣାପଡିଛି। ମୋଟୁ ଥାନା ସହିତ କୋରକୁଣ୍ଡା ବ୍ଲକ ର ତାର୍ଲାକୋଟା ରେ ଥିବା କ୍ୱାରେଟାଂଇନ କେନ୍ଦ୍ର କୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇଛି, ଚିହ୍ନଟ ଆକ୍ରାନ୍ତ ମାନେ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି। ଯେଉଁ ମାନେ ହାବିଲଦାର ଙ୍କ ସଂସ୍ପର୍ଶରେ ଆସିଥିଲେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତିନି ଆକ୍ରାନ୍ତଙ୍କୁ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି। ସୂଚନା ଯୋଗ୍ୟ, ସୀମାନ୍ତ ମୋଟୁ କାଲେରୁ ପୋଲ ଚେକପୋଷ୍ଟ ରାସ୍ତାଦେଇ ଇତି ମଧ୍ୟରେ ପ୍ରାୟ୫୦ହଜାର ପ୍ରବାସୀ ଓଡିଶା ଭିତରକୁ ପ୍ରବେଶ କରିଛନ୍ତି। ସେହି ଚେକ ପୋଷ୍ଟରେ ଏହି ପୁଲିସ ହାବିଲଦାର ଡିୟୁଟି କରୁଥିଲେ, କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.