Home ଓଡ଼ିଶା ପୁଲିସ ଫାଣ୍ଡିରେ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ଯବାନ

ପୁଲିସ ଫାଣ୍ଡିରେ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ଯବାନ

121

ମାଲକାନଗିରି,୪ା୧୨ (ଓଡିଆ ପୁଅ ) ମାଓଦମନ ପାଇଁ ନିଯୁକ୍ତି ପାଇଥିଲେ,ହେଲେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଦେଲେ ଜଣେ ଯାବାନ । ଏପରି ଦୁଃଖଦ ଘଟଣା ଘଟି ଯାଇଛି ମାଲକାନଗିରି ଜିଲ୍ଲା ପୋଟେରୁ ପୁଲିସ ଫାଣ୍ଡି ରେ । ଆଜି ସକାଳୁ ପୋଟେରୁ ପୁଲିସ ଫାଣ୍ଡିରେ ପୁଲିସ କର୍ମଚାରି ମାନେ ନିତ୍ୟକର୍ମ କରିବାରେ ବ୍ୟସ୍ତ ଥିବା ବେଳେ ଉକ୍ତ ଫାଣ୍ଡିରେ ନିୟୋଜିତ ୪ର୍ଥତମ ଏସଏସବିଏନ ବେଟାଲିୟନ ର ଯବାନ ଦୁର୍ଯ୍ୟଧନ ମାଝି କୌଣସି କାରଣରୁ ନିଜ ସର୍ଭିସ ରାଇଫଲରୁ ନିଜକୁ ନିଜେ ଗୁଳିଚଳାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଫାଣ୍ଡି ଭିତରେ ହଟାତ ଗୁଳି ଫୁଟିବା ଶଦ୍ଧଶୁଣି କାଳେ ମାଓବାଦୀ ପ୍ରବେଶ କଲେକି ସନ୍ଦେହରେ ଅନ୍ୟ ଯବାନ ଓ ପୁଲିସ ମାନେ ସତର୍କ ହୋଇପଡିଥିଲେ । ସେମାନେ ଦେଖିଲା ବେଳେକୁ ଜଣେ ଯବାନ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି, ତାଙ୍କ ନିକଟରେ ତାଙ୍କର ସର୍ଭିସ ରାଇଫଲ ପଡିଛି । ସଙ୍ଗେ ସଙ୍ଗେ ଯବାନ ମାନେ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲାସଦର ହସପିଟାଲକୁ ନେଇଯାଇଥିଲେ ।ଡାକ୍ତର ଖାନାରେ ଭର୍ତି ହେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯବାନ ଜଣଙ୍କ କେଉଁକାରଣରୁ ଆତ୍ମହତ୍ୟା କଲେ ତାହା ଜଣାପଡିନଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ମାଲକାନଗିରି ଏସପି ପ୍ରହ୍ଲାଦ ସାଇମିନା ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ,ମୃତ ଯବାନଙ୍କ ନିଜଘର ବରଗଡ ଜିଲ୍ଲା ଗାଇସିଲ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.