Home ଓଡ଼ିଶା ପୁଲିସ କ୍ୟାଟିଂନରେ କାମକରୁଥିବା ମହିଳାଙ୍କ ବଳତ୍କାର ଓ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପାଇଁ ମାଲକାନଗିରି...

ପୁଲିସ କ୍ୟାଟିଂନରେ କାମକରୁଥିବା ମହିଳାଙ୍କ ବଳତ୍କାର ଓ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପାଇଁ ମାଲକାନଗିରି ରେ ପହଁଚିଲେ ବିଜେପିର ଫ୍ୟାକ୍ଟ ଫାଇଡିଂ ଟିମ

184

ମାଲକାନଗିରି,୭ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମିରି କବଳରେ ଜନସାଧରଣ ସନ୍ତୁଳିତ ହେଉଥିବା ବେଳେ ମାଲକାନଗିରି ପୁଲିସ କ୍ୟାଟିଂନରେ ଦିନମଜୂରୀଆ ଭାବେ କାମକରୁଥିବା ଜଣେ ଗରିବ ଆଦିବାସୀ ମହିଳାଙ୍କ ଗଣବଳତ୍କାର ଓ ମୃତ୍ୟୁ ଅଭିଯୋଗ ଘଟଣାର ସରଜମିନ ତଦନ୍ତ ପାଇଁ ଆଜି ମାଲକାନଗିରି ଜିଲ୍ଲାରେ ପହଁଚିଛନ୍ତି ରାଜ୍ୟ ଭାଜପା ଦଳର ଫ୍ୟାକ୍ଟ ଫାଇଡିଂ ଟିମର ୬ଜଣିଆ ଦଳ । ଏହି ଟିମରେ ରାଜ୍ୟ ଭାଜପା ଉପସଭାପତି ତଥା ପୁବ ର୍ତନ ସାଂସଦ ବଳଭଦ୍ର ମାଝୀ,ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା,ରାଜ୍ୟମହିଳା ମୋର୍ଚା ସାଧରଣ ସଂପାଦିକା ବବିତା ମହାନ୍ତି,ମାଲକାନଗିରି ବିଧାୟକ ଅଦିତ୍ୟ ମାଢୀ,ରାଜ୍ୟଭାଜପା ପ୍ରବକ୍ତା ସୁନାଲି ସାହୁ,ସୁମନ୍ତ ପ୍ରଧାନ,ଗୌତମ ସାମନ୍ତରାୟ,ଦେବି ମାଢୀ,ସୁରଭି ପାଣି ଗ୍ରାହି,ପୂର୍ଣ୍ଣିମା ସାହା,ସୁଲତା ମଣ୍ଡଳ, ସାବିତ୍ରୀ ପଡିଆମି,ଗୀତାଜଂଳି ମହାପାତ୍ର ପ୍ରମୁଖ ଭାଜପା ନେତା ଓ କର୍ମୀ ମାନେ ଆଜିସକାଳେ ମାଲକାନଗିରି ଠାରେ ପହଁଚିଥିଲେ । ସେମାନେ ପ୍ରଥମେ ମହିଳାରହୁଥିବା ମାଲକାନଗିରି ଟେକବାଡି ସାହି ପରିଦର୍ଶନ କରି ମୃତାମହିଳାଙ୍କ ସଂପର୍କରେ ପାଖପଡୋଶୀ ମାନଙ୍କର ବୟାନ ନେଇ ସରଜମିନ ତଦନ୍ତକରିଥିଲେ । ପରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କୁ ସାକ୍ଷାତ କରି ପୁଲିସ କ୍ୟାଟିଂନରେ କାମକରୁଥିବା ମହିଳାଙ୍କର ଗଣବଳତ୍କାର ଓ ମୃତ୍ୟୁ ଘଟଣା ସଂପର୍କରେ ତଦନ୍ତ କେତଦୂରଗଲା ସେ ସଂପର୍କରେ ପଚାରି ବୁଝିବା ସହ ଆଲୋଚନା କରିଥିଲେ । ଏହି ମୃତ୍ୟୁ ରହସ୍ୟ ତୁରନ୍ତ ଲୋକଲୋଚନକୁ ଆଣିବା ସହ ଆସାମିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଗତ ମଇ ମାସରେ ପୁଲିସ କ୍ୟାଟିଂନରେ କାମକରୁଥିବା ଟେକବାଡି ସାହିର ଗରବ ଆଦିବାସୀ ମହଳାଙ୍କୁ ଗଣ ବଳତ୍କାର ପରେ ବଳତ୍କାରି ମାନେ ସେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଚିକିତ୍ସାରେ ଅବହେଳା ପାଇଁ ଶେଷରେ ସେହି ମହିଳାଙ୍କର ମୃତ୍ୟୁଘଟିଲା । ମହିଳାଙ୍କ ମୃତ୍ୟୁ ଘଟଣା ପାଖାପାଖି ଦୁଇମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶବବ୍ୟବଛେଦ ରିପୋର୍ଟ ଆସି ନାହିଁକି କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ,କୋଭିଡ ଲକଡାଉନ,ସଟଡାଉନ, ଅନଲକ ର ଆଳଦେଖାଇ ପୁଲିସ ତଦନ୍ତରେ ଅବହେଳା କରୁଛନ୍ତି ବୋଲି ଫ୍ୟାକ୍ଟ ଫାଇଡିଂ ଟିମର ଶ୍ରୀମତୀ ପରିଡା ଗଣମାଧ୍ୟମକୁ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.