Home ଅପରାଧ ପୁଲିସ ଓ ଆଇନଜୀବୀଙ୍କ ସଂଘର୍ଷ ମାମଲା; ବିଚାର ବିଭାଗୀୟ ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ

ପୁଲିସ ଓ ଆଇନଜୀବୀଙ୍କ ସଂଘର୍ଷ ମାମଲା; ବିଚାର ବିଭାଗୀୟ ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ

211

ନୂଆଦିଲ୍ଲୀ୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦିଲ୍ଲୀ ହାଇକୋର୍ଟ ଆଜି ତିସ୍‌ହଜାରୀ କେର୍ଟ ପରିସରରେ ଗାଡି ପାକିଂକୁ କେନ୍ଦ୍ରକରି ପୁଲିସ ଓ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ମାମଲାରେ ସପୃକ୍ତ ଥିବା ସମସ୍ତ ପୁଲିସ ଅଧିକାରୀଙ୍କୁ ନିଳମ୍ବିତ କରିବାକୁ ଦିଲ୍ଲୀ ପୁଲିସ କମିଶନରଙ୍କୁ ନିର୍ଦେଶ ଦେବା ସହ ଉକ୍ତ ମାମଲାକୁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶନାମା ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍‌ପି ଗର୍ଗ ଏହି ବିଚାର ବିଭାଗୀୟ ତଦନ୍ତ କରିବେ ବୋଲି ମଧ୍ୟ କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ପୁଲିସ-ଓକିଲ ମାରପିଟରେ ଆହତ ହୋଇଥିବା ଆଇନ୍‌ଜୀବୀ ବିଜୟ ବର୍ମାଙ୍କୁ ଅନୁକମ୍ପା ମୂଳକ ସହାୟତା ରୂପେ ୫୦ ହଜାର ଓ ଆହତ ହୋଇଥିବା ଅନ୍ୟଦୁଇ ଆଇନଜୀବୀଙ୍କୁ ଯଥାକ୍ରମେ ୧୫ହଜାର ଓ ୧୦ ହଜାରର ଅର୍ଥରାଶି ପ୍ରଦାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.