Home ଜିଲ୍ଲା ପରିକ୍ରମା ପୁଲିସକୁ ଢେଲାମାରି ୩ ଅଟକ

ପୁଲିସକୁ ଢେଲାମାରି ୩ ଅଟକ

23

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବାରିକପୁର ଠାରେ ଗତକାଲି ସନ୍ଧ୍ୟାରେ ଗଣେଶ ଭଷାଣୀବେଳେ କେତେକ ଯୁବକ ମଦ୍ୟପାନ କରି ମାତାଲ ଥିବାବେଳେ ସେତିକିବେଳେ ଭଦ୍ରକ ଆଡ଼ୁ ଭୁବନେଶ୍ୱରକୁ ଯାଉଥିବା ଏକ ପୋଲିସ ଭେନକୁ ଯୁବକମାନେ ଢେଲା ପକାଇଥିଲେ। ତେବେ ପୋଲିସଭ୍ୟାନ ଅଟକି ଧାମନଗର ପୋଲିସକୁ ଖବଦେଇଥିଲା। ଖବରପାଇ ଧାମନଗର ଥାନାଅଧିକାରୀ ବନମାଳି ବାରିକ ଓ ଅନ୍ୟକର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଯୁବକମାନଙ୍କୁ ଥାନାକୁ ଆଣିଥିଲେ। ଏହି ଘଟଣା ଘଟାଇଥିବା ନିର୍ଗୁଣ୍ଡି ପଂଚାୟତର ସରପଂଚ ସତ୍ୟବ୍ରତ ପାଲ, ପିରିଜପୁରୁ ଗ୍ରାମର ସରୋଜ କୁମାର ବେହେରା ଓ ନିର୍ଗୁଣ୍ଡି ଗ୍ରାମର ପ୍ରଭାତ ସେଠୀକୁ ପୋଲିସ ଥାନାରେ ଆଣୀ ଅଟକରଖି ପଚରାଉଚୁରା ଜାରିରଖିଛି। ପ୍ରକାଶ ଥାଉକି ଧାମନଗର ଅଂଚଳରେ କିଛିଦିନ ହେବ ଚୋରୀ ଡ଼କାୟତି ବୃଦ୍ଧି ପାଇଥିବାବେଳେ ଏବେ ଚୋରାମଦ କାରବାର ବୃଦ୍ଧିପାଇବା ସଂଗେ ସଂଗେ ମଦୁଆମାନଙ୍କର ପାଦୃଭାବ ବଢିବାରେ ଲାଗିଛି। ତେବେ ମଦ୍ୟପମାନେ ଯଦି ଆଇନ୍ ଶୃଙ୍ଖଳା ରଖୁଥିବା ପୋଲିସକୁ ଯଦି ଏପରିବ୍ୟବହାର କରନ୍ତି ସାଧାରଣ ଲୋକମାନେ କିପରି ସୁରକ୍ଷା ପାଇବେ। ଏ ଦୀଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦୃଢଭାବେ ଗ୍ରହଣ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.