Home କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁର ପଂଚାୟତ ଆଇସୋଲେସନ ଗୃହରେ ମହୁମାଛି ବସା, ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ପୁରୁଷୋତ୍ତମପୁର ପଂଚାୟତ ଆଇସୋଲେସନ ଗୃହରେ ମହୁମାଛି ବସା, ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

115

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ପକ୍ଷରୁ ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲରେ ଖୋଳାଯାଇଥିବା ଆଇସୋଲେସନ କେନ୍ଦ୍ର ଗୃହରେଏକ ବଡ ମହୁମାଛି ବସା ହୋଇଥିବା ହେତୁ ସେଠାରେ ଆଗକୁ ରହିବାକୁ ଥିବା ଲୋକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଂଚାୟତ ପକ୍ଷରୁ ନିଳମଣୀ ବିଶ୍ୱାଳ ଜିଲ୍ଲାପାଳଙ୍କୁ ଭେଟି ଏଭଳି ଅଭିଯୋଗ କରିଛନ୍ତି। ଶ୍ରୀ ବିଶ୍ୱାଳ ଆହୁରି ଅଭିଯୋଗ କରିଛନ୍ତି ଯେ ସେହି ଆଇସୋଲେସନ କେନ୍ଦ୍ରରେ ପାଇଖିନା, ପିଇବା ପାଣିର ବ୍ୟବସ୍ଥା କରାଯାଇନଥିବା ବେଳେ ଗୃହ ଗୁଡିକ ସଫାସୁତୁରା କରାନଯିବା ସହିତ ସାନିଟାଇଜ ମଧ୍ୟ କରାଯାଇନାହିଁ। ଏଥିସହିତ ଲକଡାଉନ ଉଠିବା ପରେ ବାହାରୁ ଆସିବାକୁ ଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରିବାକୁ ପଂଚାୟତ କାର୍ଯ୍ୟାଳୟକୁ ଯାଉଥିବା ଲୋକମାନଙ୍କୁ ୧୫ଦିନ ପରେ ଆସ ବୋଲି କୁହାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ସରକାରଙ୍କ କୋଭିଡ -୧୯ ନିୟମକୁ ପଂଚାୟତରେ କଡାକଡି ପାଳନ କରାଯିବା ଓ ବାହାରୁ ଏହି ପଂଚାୟତକୁ ଆସିବାକୁ ଥିବା ଲୋକମାନଙ୍କ ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯିବାକୁ ଶ୍ରୀ ବିଶ୍ୱାଳ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.