Home ଜିଲ୍ଲା ପରିକ୍ରମା ପୁରୁଣାବଜାର ପୁଲିସ୍ ଦ୍ୱାରା ବିଦେଶୀ ମଦ ସହ ଜଣେ ଗିରଫ

ପୁରୁଣାବଜାର ପୁଲିସ୍ ଦ୍ୱାରା ବିଦେଶୀ ମଦ ସହ ଜଣେ ଗିରଫ

103

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ଚନ୍ଦନବଜାର ଅଂଚଳରୁ ବିପୁଳ ପରିମାଣର ବିଦେଶୀ ମଦକୁ ପୁଲିସ୍ ଜବତ କରିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛି । ଭଦ୍ରକ ଜିଲାରେ ଦିନକୁ ଦିନ ଚୋରା ମଦ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଆଜି ପୁରୁଣାବଜାର ଥାନାଧିକାରୀ ଗଣେଶ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଚନ୍ଦନ ବଜାର ଅଂଚଳରୁ ବିପୁଳ ପରିମାଣର ଉପରୋକ୍ତ ବିଦେଶୀ ମଦ ଜବତ କରିବା ସହିତ ସ୍କୁଟି ଦ୍ୱାରା ମଦ ନେଇ ଯାଉଥିବା ରଂଜନ ସାହୁକୁ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକରେ ଲକଡାଉନ୍‌ର ସୁଯୋଗ ନେଇ ବହୁ ଚୋରା ମଦ, ବ୍ରାଉନ୍‌ସୁଗାର କାରବାର ବୃଦ୍ଧି ପାଉଛି । ବିଶେଷକରି ଭଦ୍ରକ ସହରାଞ୍ଚଳରେ ଚୋରାରେ ମଦ ଓ ବ୍ରାଉନ୍ ସୁଗାର କାରବାର ଚାଲିଥିବାର ସୂଚନା ମିଳିଛି । ପୁରୁଣାବଜାର ପୁଲିସ୍ ଗତ କିଛିଦିନ ହେବ ନକଲି ଜର୍ଦ୍ଦା ଓ ଚୋରା ମଦ କାରବାର ଧରପଗଡ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.