Home ଜିଲ୍ଲା ପରିକ୍ରମା ପୁରୁଣାବଜାର ପୁଲିସ୍‌ର ସଫଳତା, ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ

ପୁରୁଣାବଜାର ପୁଲିସ୍‌ର ସଫଳତା, ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ

13

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘବର୍ଷ ହେବ ଭଦ୍ରକ ପୌରପାଳିକା ଅଧୀନସ୍ଥ ପୁରୁଣାବଜାର ଅଂଚଳ ନକଲି ଜର୍ଦ୍ଦାର ହବ୍ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ନକଲି ଜର୍ଦ୍ଦାକୁ ପୁଲିସ୍ ଯେତେଥର ଜବତ କରୁଛି, ତା ଠାରୁ ଅଧିକ ପରିମାଣର ସାମଗ୍ରୀ ଧରାପଡୁଛି । କିନ୍ତୁ ଏହି କଳା କାରନାମା ପଛରେ କିଏ ରହିଛି, ତାକୁ ଧରିବାରେ ସଫଳ ହେଉନାହିଁ ପୁଲିସ୍ । ମାତ୍ର ଆଜି ପୁରୁଣାବଜାର ଥାନା ଅଧୀନସ୍ଥ ହେଲାସାହି ଅଂଚଳରେ ଚାଲୁଥିବା ଏକ ନକଲି ଜର୍ଦ୍ଦା କାରବାର ସଂପର୍କରେ ଖବରପାଇ ଥାନାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ସଫଳ ହୋଇଛି । ସେଠାରୁ ମୋଟ ୧ କ୍ୱିଣ୍ଟାଲ ୨୦୦ ଗ୍ରାମ ନକଲି ଜର୍ଦ୍ଦା ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୫ ହଜାର ୯୦ ଟଙ୍କା ହେବ । ତାହା ପୁଲିସ୍ ଜବତ କରିବା ସହ ଓଡି-୨୨ଜି-୨୬୫୯ ନମ୍ବରର ଏକ ପାସେଞ୍ଜର ଅଟୋକୁ ମଧ୍ୟ ନିଜ ହେପାଜତକୁ ନେଇଛି । ତେବେ ଏହି ନକଲି କାରବାର କରୁଥିବା ମୁଖ୍ୟ ଆସାମୀ ଘଟଣାସ୍ଥଳରୁ ଖସି ପଳାଇଯାଇଥିବା ବିଷୟ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.