Home ଜିଲ୍ଲା ପରିକ୍ରମା ପୁରୁଣାବଜାର ଥାନା ପକ୍ଷରୁ ଚଢାଉ : ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ

ପୁରୁଣାବଜାର ଥାନା ପକ୍ଷରୁ ଚଢାଉ : ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ

23

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଗ୍ରାମାଞ୍ଚଳ ଥାନା ଠାରୁ ଆରମ୍ଭ କରି ସହରାଞ୍ଚଳ ଓ ପୁରୁଣାବଜାର ଥାନା ଭଳି ୩ଟି ଥାନା ଅଂଚଳରେ ନକଲି ଜର୍ଦ୍ଦା କାରବାରକୁ ପୁଲିସ୍ ଯେତେ ରୋକିବାର ପ୍ରୟାସ କଲେବି ମାଫିଆମାନଙ୍କର ପ୍ରାର୍ଦୁଭାବ ଥମୁନାହିଁ । କାହିଁକିନା ଗତ ବର୍ଷକ ମଧ୍ୟରେ ଏହି ୩ଟି ଥାନା ଅଂଚଳର ପୁଲିସ୍ କୋଟି କୋଟି ଟଙ୍କାର ନାମୀଦାମୀ କଂପାନୀର ନକଲି ଜର୍ଦ୍ଦା ସହ ପ୍ରସ୍ତୁତରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ଜବତ କଲେ ବି ମାଫିଆମାନେ ସେମାନଙ୍କର କାରବାର ବନ୍ଦ କରୁନାହାଁନ୍ତି । ଆଜି ପୁରୁଣାବଜାର ଥାନା ପକ୍ଷରୁ ଥାନାଧିକାରୀ ଗଣେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବଡଶଙ୍କରପୁର ଅଂଚଳର ସେକ୍ କାସିମ ନାମକ ଜଣେ ମାଫିଆଙ୍କ ଘର ଉପରେ ଚଢାଉ କରି ପ୍ରାୟ ୧ କ୍ୱିଣ୍ଟାଲ ଶିବଦାତା ଓ କନକ ଭଳି ନାମୀଦାମୀ କଂପାନୀର ନକଲି ଜର୍ଦ୍ଦା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ମଧ୍ୟ ଜବତ କରିଛି । ଏବଂ ମୁଖ୍ୟ ଅଭିଯୁକ୍ତ ସେକ୍ କାସିମକୁ ଗିରଫ କରିଛି । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.