Home ଜିଲ୍ଲା ପରିକ୍ରମା ପୁରୁଣାବଜାର ଥାନାରେ ପୁଲିସ୍‌ର ଦବଙ୍ଗଗିରି, ଆଇଆଇସି ଓ ଏଏସ୍‌ଆଇ ମାଡରେ ଅଭିଯୋଗକାରୀଙ୍କ ଗୋଡ ଭାଙ୍ଗିଲା, ନ୍ୟାୟ...

ପୁରୁଣାବଜାର ଥାନାରେ ପୁଲିସ୍‌ର ଦବଙ୍ଗଗିରି, ଆଇଆଇସି ଓ ଏଏସ୍‌ଆଇ ମାଡରେ ଅଭିଯୋଗକାରୀଙ୍କ ଗୋଡ ଭାଙ୍ଗିଲା, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

42

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ୨୨ ବର୍ଷିୟ ଯୁବକ ଥାନାରେ ଜମିଜମା ଗଣ୍ଡଗୋଳକୁ ନେଇ ଅପରପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଦେଇଥିବାବେଳେ ଏହାର ସମାଧାନ ପାଇଁ ଅଭିଯୋଗକାରୀକୁ ଥାନାକୁ ଡାକି ଥାନାବାବୁ ଓ ଏଏସ୍‌ଆଇ ତାଙ୍କ ଅଫିସ୍‌ରେ ଅମାନୁଷିକ ଭାବେ ପ୍ଲାଷ୍ଟିକ୍ ପାଇପ୍‌ରେ ମାଡମାରି ଗୁରୁତର କରିବା ଘଟଣାକୁ ନେଇ ସେ ନ୍ୟାୟ ପାଇଁ ଆଜି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାଟି ଘଟିଛି ଭଦ୍ରକ ଜିଲା ପୁରୁଣାବଜାର ଥାନା ପରିସରରେ। ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ପୁରୁଣାବଜାର ଥାନା ଅଧୀନସ୍ଥ ପଠାଣମହଲା ନିବାସୀ ଅଜିତ୍ ଖାଁଙ୍କ ପୁତ୍ର ସମୀରୁଦ୍ଦିନ୍ (୨୨) ପୁରୁଣାବଜାର ଥାନାରେ ଗତ ୨୭ ତାରିଖରେ ଅପରପକ୍ଷଙ୍କ ବିରୁଦ୍ଧରେ ଏକ ଲିଖିତ ଏତଲା ଦେଇଥିଲା। ଏବଂ ସମୀରୁଦ୍ଦିନ୍ ସମାଧାନ ପାଇଁ ପରେ ଥାନାକୁ ଆସିଥିଲା। ସେହି ସମୟରେ ଅଭିଯୋଗକାରୀଙ୍କ ଠାରୁ ଯେଉଁ ପୁଲିସ୍ ଅଧିକାରୀ ଏତଲା ଗ୍ରହଣ କରିଥିଲେ, ସେ ପାଟ୍ରୋଲିଂରେ ଯାଇଥିବାରୁ ତାଙ୍କୁ ସନ୍ଧ୍ୟା ୭ଟା ବେଳେ ଥାନାକୁ ଆସିବାକୁ କହିଥିଲେ। ସେହି ସମୟରେ ଅପରପକ୍ଷ ସେକ୍ ଟିକିଲି, ଏଏସ୍‌ଆଇ ଆଇଚ ବାବୁ ଓ ପୁରୁଣାବଜାର ଥାନା ଆଇଆଇସିଙ୍କୁ ମୋଟା ଅଙ୍କର ଅର୍ଥରାଶି ଦେଇ କରଗତ କରି ଅଭିଯୋଗକାରୀଙ୍କ ବିରୁଦ୍ଧରେ ସେମାନଙ୍କୁ କୁମନ୍ତ୍ରଣା ଦେଇଥିବା ବିଷୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛି।

ଫଳରେ ଏଏସ୍‌ଆଇ ଆଇଚ ବାବୁ ଓ ପୁରୁଣାବଜାର ଥାନାଧିକାରୀ ଅଭିଯୋଗକାରୀକୁ ଏକ ଓଜନିଆ ପ୍ଲାଷ୍ଟିକ୍ ପାଇପ୍‌ରେ ପଶୁଭଳି ନିର୍ଘାତିଆ ପିଟିବାରୁ ସେ ବେହୋସ୍ ହୋଇ ତଳେ ପଡିଯାଇôଥଲା। ପରେ ତାଙ୍କ ପରିବାର ଆସି ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାଡ ଫଳରେ ବାମଗୋଡଟି ଭାଙ୍ଗିଯାଇଥିବାବେଳେ ତାଙ୍କର ମାନବିକ ଅଧିକାର ଖଣ୍ଡନ ହୋଇଥିବାର ସେ ଦର୍ଶାଇଛନ୍ତି। ପୁଲିସ୍ ନ୍ୟାୟ ଦେବା ପରିବର୍ତ୍ତେ ଅନ୍ୟାୟ କରୁଛନ୍ତି ଅଭିଯୋଗକାରୀ ନିଜ ଅଭିଯୋଗ ପତ୍ରରେ ସୂଚାଇଛନ୍ତି। ଶେଷରେ ଅଭିଯୋଗକାରୀ ନ୍ୟାୟ ପାଇଁ ଦୁଇଜଣଙ୍କ ସହଯୋଗରେ ଆସି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଭେଟି ପୁରୁଣାବଜାର ଥାନାଧିକାରୀ ଓ ଏଏସ୍‌ଆଇ ଆଇଚ ବାବୁଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏବଂ ଏହାର ଏକକିତା ନକଲ ଆଇଜି ପୁଲିସ୍ ବାଲେଶ୍ୱର, ଡିଜି ପୁଲିସ୍ କଟକ ଓ ମାନବାଧିକାର କମିଶନର, ଭୁବନେଶ୍ୱରଙ୍କ ନିକଟକୁ ପ୍ରେରଣ କରାଯାଇଛି। ତେବେ ଏହି ଘଟଣାରେ ଥାନାରେ ଲାଗିଥିବା ସିସିଟିଭି ଫୁଟେଜ୍ ମୂଳେ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.