Home ଜିଲ୍ଲା ପରିକ୍ରମା ନେନ୍ତିପୁର ଅଙ୍ଗନୱାଡି କେନ୍ଦ୍ରରୁ ଚୋରି

ନେନ୍ତିପୁର ଅଙ୍ଗନୱାଡି କେନ୍ଦ୍ରରୁ ଚୋରି

28

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ ନେନ୍ତିପୁର ଅଙ୍ଗନୱାଡି କେନ୍ଦ୍ରରୁ ଗତକାଲି ରାତିରୁ ଚୋରି ହୋଇଛି। ଅଙ୍ଗନୱାଡି ଗୃହ ତାଲା ଭାଙ୍ଗି ପାଣି ମୋଟର ଓ ଷ୍ଟିଲ ବାସନକୁସନ ଚୋରିହୋଇଛି। ଆଜି ସକାଳେ ତାଲା ଭଙ୍ଗାଯାଇଥିବା ଦେଖି ଗାଁ ଲୋକେ ଅଙ୍ଗନୱାଡି କର୍ମୀଙ୍କୁ ଖବର ଦେଇଥିଲେ। କର୍ମୀ ମାନସୀ ସେଠୀ ଓ ସହାୟିକା ମାନସୀ ଯେନା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅପରାହ୍ନରେ ଅନୁଧ୍ୟାନ କରିବ ବୋଲି ସୂଚନା ଦେଇଥିବା ସମ୍ପର୍କରେ କର୍ମୀ ଓ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.