ପୁରୀ, ୨୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀକୁ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢିତୋଳିବା ପାଇଁ ରାଜ୍ୟ ସରକାର ମିଶନ ମୋଡ ରେ ଆରମ୍ଭ କରିଥିଲେ କାର୍ଯ୍ୟ। କିନ୍ତୁ କରୋନା ଭୂତାଣୁ ଯୋଗୁ ବିକାଶ କାର୍ଯ୍ୟ ଗତ କିଛି ମାସ ଧରି ଅଟକି ରହିଥିଲା। ମାତ୍ର କରୋନା ଯୁଦ୍ଧ ସହ ବିକାଶ ମୂଳକ କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ଏବେ ପୁରୀ ପ୍ରଶାସନ ଆଜିଠାରୁ ତତ୍ପରତା ପ୍ରକାଶ ପାଇଛି। ଐତିହ ପ୍ରକଳ୍ପ ଗୁଡିକ ମଧ୍ୟରେ ଆସୁଥିବା ଶ୍ରୀ ସେତୁ, ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ୍ କମ୍ପଲେକ୍ସ ଏବଂ ମୂଷା ନଈର ସଂପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧି ଗ୍ରହଣ କାର୍ଯ୍ୟ ସରିନାହିଁ। ଆଉ ଅଳ୍ପ ଜମିର ଅଧିଗ୍ରହଣ ବାକି ଅଛି। ଏହା ଖୁବ୍ଶୀଘ୍ର ଅର୍ଥାତ୍ ୨-୩ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ। ଏଥିସହ ଜଗନ୍ନାଥ ହେରିଟେଜ୍ କରିଡର ବଡଦାଣ୍ଡ ଉନ୍ନତି କରଣ ପ୍ରକଳ୍ପ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲଡିଙ୍ଗର ପୁନ ବିକାଶ ପ୍ରକଳ୍ପ ପାଇଁ ଡିଜାଇନ ଏବେ ପ୍ରସ୍ତୁତ କରାଯାଉଛି ବୋଲି ସୂଚନା ମିଳିଛି।








