Home ଜିଲ୍ଲା ପରିକ୍ରମା ପୁରୀ ସହରରେ ଲଗାଣ ବର୍ଷା ତଳିଆ ଅଞ୍ଚଳରେ ଜଳମଗ୍ନ

ପୁରୀ ସହରରେ ଲଗାଣ ବର୍ଷା ତଳିଆ ଅଞ୍ଚଳରେ ଜଳମଗ୍ନ

76

ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଲଘୁଚାପ ଜନିତ ବର୍ଷା ଗତକାଲି ଠାରୁ ପୁରୀ ସହରରେ ଆରମ୍ଭ ହୋଇଛି। ଆଜି ସକାଳେ ପାଗ ଶୁଖିଲା ବେଳେ ମଧ୍ୟାନ୍ନ ବେଳୁ ତୁହାକୁ ତୁହା ସହରରେ ବର୍ଷା ଲାଗି ରହିଛି। ସହରରେ ଥିବା ବିଭିନ୍ନ ବସ୍ତି ଅଞ୍ଚଳ ଓ ଖାଲୁଆ ଅଞ୍ଚଳରେ ବର୍ଷାପାଣି ଜମି ରହିବା ଦ୍ୱାରା ଉକ୍ତ ଅଚଂଳର ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହାମାରୀ କରୋନା ସମୟରେ ଜଳ ନିଷ୍କାସନ ହେଉନଥିବା ଯୋଗୁଁ ଅଚଂଳର ବାସୀନ୍ଦାମାନଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି ଜିଲ୍ଳା ପ୍ରଶାସନ ତଳିଆ ଅଚଂଳରେ ଜମି ରହିଥିବା ପାଣିଗୁଡିକୁ ନିଷ୍କାସନ କରିବା ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.