Home ଜିଲ୍ଲା ପରିକ୍ରମା ପୁରୀ ସଦର ବ୍ଲକରେ ବିତରଣ ଶିବିର ଆୟୋଜନ

ପୁରୀ ସଦର ବ୍ଲକରେ ବିତରଣ ଶିବିର ଆୟୋଜନ

59

ପୁରୀ, ୩୦/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଭିନ୍ନକ୍ଷ ଚିହ୍ନଟ ଶିବିର ଗତ ୧୯-୦୨-୨୦୨୦ ରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ସେହି ଚିହ୍ନଟ ଶିବିରରେ ପୁରୀ ଜିଲାର ପ୍ରତ୍ୟେକ ବ୍ଲକ ରୁ ଦିବ୍ୟାଙ୍ଗ ମାନେ ଯୋଗ ଦେଇଥିଲେ। ଜିଲା ପ୍ରଶାସନ କୋଭିଡ୍‌-୧୯ ଯୋଗୁଁ ଏକ ସଙ୍ଗରେ ବିତରଣ ଶିବିର ନ କରି ବ୍ଲକ ଓାଇଜ ବିତରଣ ଶିବିର ଅନୁଷ୍ଠିତ ଆୟୋଜନ କରି ଏବଂ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ନିଜ ବ୍ଲକ ପାଖରେ ପହଂଚାଇବାକୁ ନିର୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବିତରଣ ଶିବିର ପ୍ରତ୍ୟେକ ବ୍ଲକ ରେ ଆୟୋଜନ କରାଯାଇଛି। ଏହି ଶିବିରରେ ବେଟ୍ରି ଚାଳିତ ବାଇସାଇକେଲ ୬୩ ଜଣ ଦିବ୍ୟାଙ୍ଗ ଙ୍କୁ ବଂଟନ କରାଯାଇଥିଲା। ଜିଲାପ୍ରଶାସନ ତରଫରୁ ଡିଏସଏସଓ ତ୍ରିନାଥ ପାଢୀ ଏବଂ ସେମାନଙ୍କର ଷ୍ଟାଫ ସହଯୋଗ କରିଥିଲେ। ଏଆଇଆଇଏମସିଓ ବିବିଏସଆର ତରଫରୁ ଦିଲିପ କୁମାର ସାମଲ, ସସ୍ମିତା ଓଝା, ନିବେଦିତା ପୁଷ୍ଟି ଏବଂ ସମସ୍ତ ସହକର୍ତା ଶିବିରରେ ଉପସ୍ଥିତ ରହି ଦିବ୍ୟାଙ୍କ ମାନଙ୍କୁ ବିତରଣରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.