Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପୁରୀ ନଗର ତରଫରୁ ଜିଲାପାଳଙ୍କୁ ଦାବି ପତ୍ର

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପୁରୀ ନଗର ତରଫରୁ ଜିଲାପାଳଙ୍କୁ ଦାବି ପତ୍ର

54

ପୁରୀ, ୩୦/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ସାମ୍ପ୍ରତିକ କରୋନା ମହାମାରୀ ର କରାଳ ତାଣ୍ଡବ ଲୀଳା ସମୟରେ ଲୋକମାନେ ଦିନ କୁ ଗୋଟିଏ ଓଳି ଖାଇବାକୁ ନ ପାଉଥିବା ସମୟରେ ସରକାର ନିଜ ରାଜସ୍ୱ କୁ ଭରଣା କରିବା ନିମନ୍ତେ ବିଦ୍ୟାର୍ଥୀ ମାନଙ୍କ ଠାରୁ ନାମଲେଖା ବାବଦରେ ଯେଉଁ ଶୁକ୍ଲ ଆକାରରେ ଆର୍ôଥକ ଶୋଷଣ କରୁଛନ୍ତି ତାହାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପୁରୀ ନଗର ତରଫରୁ ଜିଲାପାଳ ଙ୍କୁ ଏକ ଦାବି ପତ୍ର ଉପସ୍ଥାପନା କରାଯାଇଛି।ଏହି କାର୍ଯ୍ୟକ୍ରମ ପୁରୀ ନଗର ସମ୍ପାଦକ ଶ୍ରୀ ତାରା ପ୍ରସାଦ ଦାଶ ଙ୍କର ନେତୃତ୍ୱ ରେ ସଂପାଦନ ହୋଇଛି। ଏଥିସହ ନଗର ସହ ସଂପାଦକ ସୁନିଲ କୁମାର ପ୍ରଧାନ, ଶିବମ କୁମାର ସେଠୀ, ଶିବାନନ୍ଦ ପାଢୀ, ସୌମ୍ୟ ରଞନ ଦାସ, ବିଶାଳ ନାୟକ, କାହ୍ନା ସାହୁ, ଯଯାତି କେଶରି ନାୟକ, ତୋଫନା ସାହୁ, ପିଂଟୁ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.