Home ଓଡ଼ିଶା ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଡଃ ସମ୍ବିତ...

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗ: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଡଃ ସମ୍ବିତ ପାତ୍ର

85

– ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଲେ
– ଘଟଣାକୁ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ପଟେଲ
– ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଯିବ
– ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରହିବ

ଭୁବନେଶ୍ୱର, ୨୮/୦୮ (ଓଡ଼ିଆ ପୁଅ) : ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ହାଇକୋର୍ଟ ବିଚାରାଧିନ ଅଛି। ମାତ୍ର ରାଜ୍ୟ ସରକାର ଚଂଚକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି। ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପ୍ର୍ରସାଦ ଯୋଜନା ଅନ୍ତର୍ଗତ ପୁରୀ ତୀର୍ଥସ୍ଥାନର ବିକାଶ ଓ ସୈାନ୍ଦର୍ଯୀକରଣ ସହ ତୀର୍ଥଯାତ୍ରୀମାନେ ରହିବା ପାଇଁ ଆଇ-ଟି-ଡି-ସି- ତରଫରୁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ସେହି ସ୍ଥାନରେ ଜଗନ୍ନାଥ ତୀର୍ଥନିବାସ ପାଇଁ ବର୍ତମାନ ସୁଦ୍ଧା ୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ମାତ୍ର ରାଜ୍ୟ ସରକାର ରାତାରାତି ଏହି ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରି ଦେବାର ଷଡଯନ୍ତ୍ର କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କାର୍ଯ୍ୟ। ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ୍ ପାତ୍ର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଭେଟି ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଯାଇ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିରାଟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ପୁଣି ଥରେ ଦାବି କରିଛନ୍ତି। ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ ବୋଲି କହିବା ସହ ଆଗାମୀ ଦିନରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.