Home ଓଡ଼ିଶା କୋରନା ମହାମାରୀ ପାଇଁ ୨୦୦ ରୁ ଅଧିକ ଟ୍ୟାକ୍ସି ଚାଳକ ଆର୍ଥିକ ସଂଙ୍କଟରେ

କୋରନା ମହାମାରୀ ପାଇଁ ୨୦୦ ରୁ ଅଧିକ ଟ୍ୟାକ୍ସି ଚାଳକ ଆର୍ଥିକ ସଂଙ୍କଟରେ

104

ପୁରୀ ୨୧-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆର୍ନ୍ତଜାତୀକ ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର ତଥା ପ୍ରମୁଖ ତୀର୍ଥସ୍ଥାନ ପୁରୀ କୁ ଦୈନ୍ୟଦୀନ ରାଜ୍ୟ ଓ ରାଜ୍ୟ ବାହାରୁ ରେଳ ଯୋଗେ ହଜାର ହଜାର ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିଥାନ୍ତି। କୋଭିଡ୍‌-୧୯ ଫାଇନ୍ ଲାଗୁହେବା ପରେ ପୁରୀ ସହରକୁ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ କରିଦିଆଯାଇଛି। ବାହାରୁ ଆସୁଥବା ପର୍ଯ୍ୟଟକ ତୀର୍ଥଯାତ୍ରୀ ନିଜ ନିଜର ଗନ୍ତବ୍ୟ ସ୍ଥଳ ଓ ପର୍ଯ୍ୟଟନ କେନ୍ଦ୍ର ବୁଲିବା ପାଇଁ ଟ୍ୟାକ୍ସି ଉପରେ ନିର୍ଭର କରିଥାନ୍ତି। ଦୀର୍ଘ ୪ ମାସ ରୁ ଉର୍ଦ୍ଧ୍ୱ ଟ୍ରେନ୍ ଚଳାଚଳ ବନ୍ଧ ହେବା ଯୋଗୁଁ ସହରକୁ କୌଣସୀ ଯାତ୍ରୀ ଆସୁନାହାନ୍ତି।ଷ୍ଟେସନ୍ ରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡରେ ଗହଳି ଚହଳି ନାହିଁ ୨୦୦ ରୁ ଅଧିକ ଟ୍ୟାକ୍ସି ଚାଳକ ତାଙ୍କର ଜିବୀକା ହରାଇ ଆର୍ଥିକ ସଂଙ୍କଟରେ ଗତି କରୁଛନ୍ତି। ଟ୍ୟାକ୍ସି ଓ ଟ୍ରେକର ଗୁଡିକ ସେହିପରି ରେଳଷ୍ଟେସନ ସମ୍ମୁଖରେ ଥୁଆହୋଇ ରହିଛିା ଯେଉଁମାନେ ବ୍ୟାଙ୍କର ଆର୍ଥିକ ସହାୟତାରେ ଗାଡି ଆଣିଥିଲେ ସେମାନେ ମଧ୍ୟ ମାସିକିଆ କିସ୍ତି ଦେଇପାରୁନାହାନ୍ତି। ଏ ସମ୍ପର୍କରେ ସଂଘ ର ସଭାପତି ସୋମନାଥ ସାହୁ, ଉପସଭାପତିବଳରାମ ସ୍ୱାଇଁ ଓ କୋଷାଧ୍ୟକ୍ଷ ପ୍ରଶାନ୍ତ ନାୟକ ଏକ ବିବୃତିରେ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାର ଟ୍ୟାକ୍ସି ଚାଳକ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରି ଆର୍ଥିକ ସହାୟତା ଯୋଗାଇ ଦେଲେ ଟ୍ୟାକ୍ସି ଚାଳକ ଓ ତାଙ୍କ ପରିବାର ଆର୍ତିକ ସହଙ୍କଟରୁ ରକ୍ଷା ପାଇପାରିବେ।ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.