Home Top News ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ନର ଶକ୍ତିକାନ୍ତ ଦାସ

ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ନର ଶକ୍ତିକାନ୍ତ ଦାସ

34

ପୁରୀ ୨୨-୧୧ (ଓଡ଼ିଆ ପୁଅ) ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ନର ଶକ୍ତିକାନ୍ତ ଦାସ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ନିଆଯାଇଥିଲା।

ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବେଢା ପରିକ୍ରମା କରି ମା ବିମଳା, ମା ମହାଲକ୍ଷ୍ମୀ ଓ ବଟ ଗଣେଶଙ୍କୁ ଦର୍ଶନ କରିଥିଲେ। ଏହା ସହିତ ଶ୍ରୀମନ୍ଦିର ଐତିହ୍ୟ କରିଡର୍ କୁ ନେଇ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।

ତେବେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଭାବବିହୋଳ ହୋଇପଡିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ, ନାଗାର୍ଜୁନ ବେଶର ପଟ୍ଟଚିତ୍ର ଓ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିର ସ୍ମାରକୀ ଉପହାର ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.