Home ଓଡ଼ିଶା ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ପୁରୀରେ ହବିଷ୍ୟାଳିଙ୍କ ଭିଡ଼

96

ପୁରୀ, ୧୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆରମ୍ଭ ହୋଇଛି ପବିତ୍ର କାର୍ତିକବ୍ରତ। ପୁରୀରେ ରହି କାର୍ତିକବ୍ରତ ପାଳନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହବିଷ୍ୟାଳିମାନଙ୍କର ଆଗମନ ହୋଇଛି। ସବୁବର୍ଷଭଳି ଚଳିତ ବର୍ଷ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିମାନଙ୍କୁ ରଖିବା ନିମନ୍ତେ ଅସ୍ଥାୟୀ ଶିବିର କରାଯାଇଛି। ତିନୋଟି ଶିବିରରେ ୩ହଜାର ହବିଷ୍ୟାଳିଙ୍କୁ ରଖିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ହୋଇଛି। ହବିଷ୍ୟାଳିମାନଙ୍କୁ ବିନା ମୂଲ୍ୟରେ ମହାପ୍ରସାଦ, ଭୋଗସାମଗ୍ରୀ, ଚା, ଓ ଗାଧୋଇବା ନିମନ୍ତେ ଗରମପାଣିର ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇଛି। ଅସ୍ଥାୟୀ ଶିବିରରେ କୌଣସି ଅସୁବିଧା ନଉପୁଜେ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ତିକ୍ଷ୍ମ ଦୃଷ୍ଟି ଦିଆଯାଇଛି। ହବିଷ୍ୟ କରିବା ପାଇଁ ହବିଷ୍ୟାଳିମାନେ ବସ୍, ଓ ଟ୍ରେନ ଯୋଗେ ପୁରୀରେ ଆସି ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ଶିବିରରେ ରହିବା ନିମନ୍ତେ ୨ହଜାରରୁ ଉର୍ଦ୍ଧ୍ୱ ହବିଷ୍ୟାଳିଙ୍କ ନାମ ପଞ୍ଜିକୃତ ହେବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.