Home ଓଡ଼ିଶା ଚାକିରୀ ନାଁ ରେ ଠକେଇ

ଚାକିରୀ ନାଁ ରେ ଠକେଇ

143

ସମ୍ବଲପୁର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଚାକିରୀ ନାଁ ରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ସମ୍ବଲପୁରରୁ ଆସିଛି । ସୂଚନା ଅନୁସାରେ, ପୋଲିସ ଚାକିରୀ କରାଇ ଦେବା ନାରେ ଯୁବତୀଙ୍କଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲାର କୁସୁମି ଫାଣ୍ଡିରେ କାର୍ଯ୍ୟରତ ମହିଳା ହୋମଗାର୍ଡ ଭାରତୀ ମହାରଣା, ବାପା ପଞ୍ଚାନନ ମହାରଣା ଓ ଭାଇ ଶ୍ରୀୟଙ୍କର ମହାରଣାଙ୍କୁ ମହୁଲପାଲି ପୋଲିସ ଗିରଫ କରିଛି । ଟନମୁରା ଗ୍ରାମର ଶିବ ନାୟକଙ୍କ ଝିଅକୁ ପୋଲିସରେ ଭର୍ତ୍ତି କରାଇ ଦେବି କହି ଶିବଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ୭୫ହଜାର ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା । କିନ୍ତୁ ଚାକିରୀ କରାଇଦେବା ବଦଳରେ ତାଙ୍କୁ ଠକି ଚାଲିଥିଲେ । ଏହାକୁ ନେଇ ଅଭିଯୋଗ ପରେ, ଏବେ ପୋଲିସ ବାପା ଓ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.