Home ଓଡ଼ିଶା ପୁରୀରେ ସମୁଦ୍ର ସ୍ନାନ ବେଳେ ଅଘଟଣ : ଭାସିଗଲେ ଦୁଇ ପର୍ଯ୍ୟଟକ

ପୁରୀରେ ସମୁଦ୍ର ସ୍ନାନ ବେଳେ ଅଘଟଣ : ଭାସିଗଲେ ଦୁଇ ପର୍ଯ୍ୟଟକ

71

ପୁରୀ ୧୯ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚକ୍ରତୀର୍ଥ ରୋଡ ହୋଟେଲ ପିଙ୍କ ହାଉସ ପଛପଟ ଓ କାମେଲିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ଦୁଇଜଣ ପର୍ଯ୍ୟଟକ। ତେବେ ଲହଡିରେ ଭାରସାମ୍ୟ ହରାଇ ଦୁଇ ପର୍ଯ୍ୟଟକ ବୁଡି ଯାଇ ଥିବା ଜଣାପଡିଛି। ଏହି ଦୁଇ ପର୍ଯ୍ୟଟକ ହେଲେ ସଂଜୁ ଭଟ ଚାର୍ୟ ଓ ଅନୁପମ ମଣ୍ଡଳ। ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତର ଅବସ୍ଥାରେ ସଂଜୁଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି କରାଯାଇଛି। ଅନୁପମ ମୃତ୍ୟୁବରଣ କରିଛନ୍ତି। ହୋଟେଲ କାମେଲିଆ ସମ୍ମୁଖ ବେଳାଭୂମିରେ ପର୍ଯ୍ୟଟକ ଜଣକ ସ୍ନାନ କରୁଥିବା ବେଳେ ତାଙ୍କ ପରିଚୟ ମିଳି ପାରି ନାହିଁ। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.