Home ଓଡ଼ିଶା କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ

କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ

46

ପୁରୀ ୧୯ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତା କାଲି କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ପରଦିନ ଅର୍ଥାତ୍ ଆସନ୍ତା ୨୧ ତାରିଖରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳୀଙ୍କ ଅସମ୍ଭବ ଭିଡ଼ ଜମିଥାଏ। କିନ୍ତୁ ଗତ ବର୍ଷ ଭଳି ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କୁ ପୁରୀରେ ସରକାରଙ୍କ ପକ୍ଷରୁ ରଖିବା ନେଇ କୌଣସି ବ୍ୟବସ୍ଥା ହୋଇ ନାହିଁ। ହବିଷ୍ୟାଳିମାନେ ପୁରୀ ନ ଆସି ଘରେ ରହି କାର୍ତିକ ବ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଣୁ ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିବନି। ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳୀଙ୍କୁ ନରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଧର୍ମ ମାସ କାର୍ତ୍ତିକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଆଶଙ୍କାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯିବ। ଭକ୍ତମାନେ କୋଭିଡ କଟକଣା ମାନି ଡବଲ ଡୋଜ ସାର୍ଟିଫିକେଟ କିମ୍ବା ୯୬ ଘଣ୍ଟା ପୂର୍ବର କୋଭିଡ ଆରଟିପିସିଆର ନେଗେଟିଭ ରିପୋର୍ଟ କିଓସ୍କୋରେ ଦେଖାଇ ଦର୍ଶନ ପାଇଁ ଯାଉଛନ୍ତି। ଯାହା ଫଳରେ ଭକ୍ତଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଏଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ କିଓସ୍କୋ ସଂଖ୍ୟା ମଧ୍ୟ ବଢାଯିବା ପାଇଁ ଯୋଜନା ଚାଲିଛି। କାର୍ତ୍ତିକ ମାସରେ ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ତେବେ ଶ୍ରୀମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ଉପଲବ୍ଧି ପାଇଁ ବ୍ୟବସ୍ଥା ହେବା ପାଇଁ ଯୋଜନା ଥିବା କହିଛନ୍ତି ଜିଲ୍ଲାପାଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.