Home ଓଡ଼ିଶା ପୁରୀରେ ପୁଣି ଦାଦାବଟି – ଗୁଳିମାରି ଫେରାର ଦୁର୍ବୃତ୍ତ – ପୋଲିସ୍‌ ତଦନ୍ତ ଆରମ୍ଭ

ପୁରୀରେ ପୁଣି ଦାଦାବଟି – ଗୁଳିମାରି ଫେରାର ଦୁର୍ବୃତ୍ତ – ପୋଲିସ୍‌ ତଦନ୍ତ ଆରମ୍ଭ

37

ପୁରୀ ୨୦-୧୦ (ଓଡ଼ିଆ ପୁଅ) ପୁରୀରେ ପୁଣି ଦାଦାବଟି ପ୍ରସଙ୍ଗ। ଡରିଲେଣି ପୁରୀ ବାସୀ। ଏଥିରେ ସକୁନ୍ତଳା ସାହୁ ନାମକ ଜଣେ ମହିଳାଙ୍କୁ ବାଜିଛି ଗୁଳି। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ପ୍ରାଥମିକ ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀ ନରେନ୍ଦ୍ରକୋଣ ଦୁଇ ଜଣ ବାଇକ୍ ଆରୋହୀ ଗୁଳିମାଡ଼ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି। ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ଘରକୁ ଗତକାଲି ରାତି ପାଖାପାଖି ୧୨ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇ ଦାଦାବଟି ମାଗିଥିଲେ। ଜିତେନ୍ଦ୍ର କବାଟ ନ ଖୋଲିବାରୁ ଗ୍ରିଲ୍ ପଟେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଏତିକିବେଳେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଶକୁନ୍ତଳା ଆହତ ହୋଇଛନ୍ତି।

ଶକୁନ୍ତଳାଙ୍କ ଅଣ୍ଟାରେ ବାଜିଥିବା ଜଣାପଡ଼ିଛି। ପୂର୍ବରୁ ଦୁର୍ବୃତ୍ତମାନେ ଦାଦାବଟି ମାଗୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ପୁରୀ ପୋଲିସ ଜୋରସୋରରେ ଲାଗିପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.