Home Coronavirus Outbreak ପୁରୀରେ ପାଞ୍ଚଟି କନଟେନମେଣ୍ଟ ଜୋନ

ପୁରୀରେ ପାଞ୍ଚଟି କନଟେନମେଣ୍ଟ ଜୋନ

98

ପୁରୀ, ୨/୭- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପୌରପରିଷଦ ଅଂଚଳରେ ପାଞ୍ଚ ଟି ଅଂଚଳକୁ ନିଷିଦ୍ଧାଂଚଳ ଘୋଷାଣା କରାଯାଇଛି। ଏହି ନିଷିଦ୍ଧାଂଚଳ ଭିତରେ ଦୁଇଟି ସରକାରୀ ଅନୁଷ୍ଠାନ ରହିଛି। ପୁରୀ ରେଳ ଷ୍ଟେସନ ଓ ଭିଆଇପି ରୋଡ ସ୍ଥିତ ଅଗ୍ନିଶମ ସେବା କାର୍ଯ୍ୟାଳୟ। ରେଳ ଷ୍ଟେସନ ରୁ ଚାରିଜଣ କୋଭିଡ୍ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଅଗ୍ନିଶମ କାର୍ଯ୍ୟାଳୟ ର ୩ ଜଣ କୋଭିଡ୍ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ପୌରାଂଚଳ ର ୫ ନମ୍ବର ଓାର୍ଡ ଅନ୍ତର୍ଗତ ମଙ୍ଗଳାଘାଟ ନିକଟସ୍ଥ ମଲ୍ଲିକ୍ ଛକ ଆଖପାଖ ଅଂଚଳ ପୌରାଂଚଳ ର ୨୮ ନମ୍ବର ଓାର୍ଡ ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ପଛ ପାଖ ହରିହର ବିହାର ତୃତୀୟ ଲେନ ୧ ନମ୍ବର ଓାର୍ଡ ଅନ୍ତର୍ଗତ ନୀଳକଣ୍ଠ ନଗର ନିକଟ ମାତା ଗୋସେଇଁ ଲେନ ଅଂଚଳ କୁ କନଟେନମେଣ୍ଟ ଜୋନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି ସବୁ କନଟେନମେଣ୍ଟ ଜୋନ କୁ ବାହାର ଲୋକଙ୍କ ପ୍ରବେଶ ଓ ସ୍ଥାନୀୟ ଲୋକଙ୍କର ବାହାରକୁ ଯିବା ଉପରେ କଟକଣା ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.