Home ଜିଲ୍ଲା ପରିକ୍ରମା ପାରିବାରିକ କଳହକୁ କେନ୍ଦ୍ରକରି ଭୁଜାଲି ମାଡ, ମହିଳା ଗୁରୁତର

ପାରିବାରିକ କଳହକୁ କେନ୍ଦ୍ରକରି ଭୁଜାଲି ମାଡ, ମହିଳା ଗୁରୁତର

94

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାରିବାରିକ କଳହରୁ ମହିଳାଙ୍କୁ ଭୁଜାଲି ମାଡ ସହ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିବାର ଜଣାପଡିଛି । ସେମାନଙ୍କୁ ପ୍ରଥମେ ଧୁଷୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ ଭଣ୍ଡାରିପଡା ଗାଁରେ, ଘର କାମ ଚାଲୁଥିବାବେଳେ ରେଣୁକା ନାୟକ, ତାଙ୍କ ପୁଅ ଓ ଝିଅଙ୍କୁ ତାଙ୍କର ଦିଅରମାନେ ମାରଣାସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହି ଘଟଣାରେ ରେଣୁକାଙ୍କ ଦେହରେ ବିଭିନ୍ନ ସ୍ଥାନରେ ଭୁଜାଲିର ବଡ ବଡ କ୍ଷତ ଚିହ୍ନ ଥିବା ବେଳେ ମାଆଙ୍କୁ ରକ୍ଷା କରିବାକୁ ଯାଇ ପୁଅ ଓ ଝିଅ ଆହତ ହୋଇଥିଲେ । ପ୍ରଥମରେ ଏହି ୩ ଜଣଙ୍କୁ ଧୁଷୁରୀ ଡାକ୍ତରଖାନା ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ରେଣୁକାଙ୍କ ଝିଅ ପାୟଲ ଧୁଷୁରୀ ଥାନାରେ ଏତଲା ଦେଇଥିଲେ । ଧୁଷୁରୀ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଅନେକ ସମୟରେ କଳହ ଲାଗୁଥିଲେ । ଗତାକଲି କୌଣସି କାରଣରେ ଏମାନଙ୍କ ମଧ୍ୟରେ ବଚସା ହୋଇ ପରେ ଆକ୍ରମଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.