Home ଜିଲ୍ଲା ପରିକ୍ରମା ପୁଣି ୫୩ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୬ଶହ ଡେଇଁଲା : ସ୍ୱାବ ସଂଗ୍ରହକୁ ଗୁରୁତ୍ୱ

ପୁଣି ୫୩ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୬ଶହ ଡେଇଁଲା : ସ୍ୱାବ ସଂଗ୍ରହକୁ ଗୁରୁତ୍ୱ

117

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ନୂଆ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସଂଖ୍ୟା ୬ଶହ ଡେଇଁଛି । ଜିଲ୍ଲାରୁ ମୋଟ ୧୭ ହଜାର ୭୧୪ ନମୁନା ପରୀକ୍ଷା ପରେ ଜିଲ୍ଳାର ମୋଟ ଆକ୍ରାନ୍ତ ସଂଖ୍ୟା ୬୦୬ ହୋଇଛି । ତେବେ ଏହି ମୋଟ ଆକ୍ରାନ୍ତ ମଧ୍ୟରୁ ଗତକାଲିର ସୁସ୍ଥ ୧୯ଜଣଙ୍କୁ ମିଶାଇ ମୋଟ ୪୭୮ଜଣ ସୁସ୍ଥ ହୋଇ ସାରିଛନ୍ତି । ଯେତେବେଳେ କି ଏବେ ୧୨୬ଜଣ ଆକ୍ରାନ୍ତ ଆକ୍ଟିଭ କେଶ୍ ଭାବେ ଚିକିତ୍ସାଧିନ ଅଛନ୍ତି । ନୂଆ ଯେଉଁ ୫୩ଜଣ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୮ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୩୫ଜଣ ଲୋକାଲ କଣ୍ଟାକ୍ଟ ବୋଲି ସୂଚନା ଦିଆ ଯାଇଛି । ଜିଲ୍ଳାରେ ଅଧିକରୁ ଅଧିକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଥିବାରୁ ଏବେ ବିଭିନ୍ନ ବ୍ଲକ, ପୌରାଞ୍ଚଳରେ ନମୁନା ପରୀକ୍ଷାକୁ ଦୃତ କରାଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ସ୍ୱାବ ସଂଗ୍ରହ କରାଯାଉଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭଦ୍ରକ ପୌରପାଳିକାର ୨୫ ନଂ ୱାର୍ଡ ମୀରମହଲା, ଜଣେ ବାସୁଦେବପୁର ବ୍ଲକ କମାରଗାଁ ପଞ୍ଚାୟତ ରାସବିହାରୀ ହାଇସ୍କୁଲ ଟିଏମ୍‌ସି, ଜଣେ ବନ୍ତ ବ୍ଲକ କାଦବରାଙ୍ଗ ଟିଏମ୍‌ସି, ୩ଜଣ ଭଣ୍ଡାରିପୋଖରୀ ବ୍ଲକର ସରସଦା ହାଇସ୍କୁଲ ଟିଏମ୍‌ସିରୁ ବାହାରିଥିବା ବେଳେ କୁରିଗାଁ ପଞ୍ଚାୟତର ବିଜୟ ଗୋବିନ୍ଦ ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରୁ ୩ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ତିହିଡି ବ୍ଲକର ଚନ୍ଦ୍ରକାନ୍ତବିନ୍ଧା ଗ୍ରାମର ପିଏସ୍‌ଏସ୍ ହାଇସ୍କୁଲ ଟିଏମ୍‌ସିରୁ ଜଣେ, ପୀରାହାଟ ବିବେକାନନ୍ଦ ହାଇସ୍କୁଲ ଟିଏମ୍‌ସିରୁ ୪ଜଣ, ବାମନବିନ୍ଧା ଟିଏମ୍‌ସିରୁ ଜଣେ, ପାଳିଆ ପଞ୍ଚାୟତର ଖାଙ୍କିହାଟ ସ୍କୁଲ ଟିଏମ୍‌ସିରୁ ଜଣେ, ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।

 

ଲୋକାଲ କଣ୍ଟାକ୍ଟ ଭାବେ ଭଦ୍ରକ ପୌରପାଳିକାର ୨୬ ନଂ ୱାର୍ଡ ସଦାବର୍ତ୍ତ ମଠ ନିକଟରୁ ଜଣେ, ୧୫ ନଂ ୱାର୍ଡ କୁଆଁଶ ଗ୍ରାମରୁ ଜଣେ, ୭ ନଂ ୱାର୍ଡ ଗବସାହି ଗ୍ରାମରୁ ଜଣେ ଓ ବନ୍ତଛକ ଫ୍ରେଣ୍ଡ୍‌ସ କଲୋନୀରୁ ଜଣେ, ୬ ନଂ ୱାର୍ଡ ମଠସାହିରୁ ୩ଜଣ, ୫ ନଂ ୱାର୍ଡ ଚରମ୍ପାରୁ ଜଣେ ଏବଂ ରେଲୱେ କଲୋନୀରୁ ଜଣେ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ, ୯ ନଂ ୱାର୍ଡ ଚାରିଘରିଆରୁ ଜଣେ, ୧୮ ନଂ ୱାର୍ଡ ପାଟଣାସାହିରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ଗେଲପୁର ପଞ୍ଚାୟତ ସାମରାଇପୁର ଗ୍ରାମରୁ ଜଣେ, ଚଣ୍ଡିଗାଁ ଓ ଚଣ୍ଡିଗାଁ ହାଇସ୍କୁଲ ଅଞ୍ଚଳରୁ ମିଶି ୩ଜଣ, ଏରେଇଁ ପଞ୍ଚାୟତ ଅଫିସ ଅଞ୍ଚରୁ ଜଣେ, ଚରମ୍ପା ପଥରଆଡି ଅଞ୍ଚରୁ ୨ଜଣ, ରାହାଞ୍ଜ ପଞ୍ଚାୟତ ତିଶଳପୁର ଗ୍ରାମରୁ ଜଣେ, ଅର୍ଣ୍ଣପାଳ ପଞ୍ଚାୟତ ସୁସୁଆ ଗ୍ରାମରୁ ଜଣେ ଓ ଦେଉଳପଦାରୁ ଜଣେ, ରାନ୍ଦିଆ ପଞ୍ଚାୟତ ବିଶ୍ୱାଳସାହି ଗ୍ରାମରୁ ୪ଜଣ, ଧାମନଗର ବ୍ଲକର ଅସୁରାଳି ପଞ୍ଚାୟତ ହସନପୁର ଗ୍ରାମରୁ ଜଣେ, ମୁସ୍ତାଫାପୁର ଗ୍ରାମରୁ ଜଣେ, ମୁସ୍ତାଫାପୁର ପଞ୍ଚାୟତ ନୂଆପଦା ଗ୍ରାମରୁ ଜଣେ, ତିହିଡି ବ୍ଲକ ଅନ୍ତର୍ଗତ କୁବେରା ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଲକ ଘଟପୁର ପଞ୍ଚାୟତ ଘଟପୁର ଗ୍ରାମରୁ ଜଣେ ଏବଂ ଭଣ୍ଡାରିପୋଖରୀ ବ୍ଲକ ସରସଦା ଷ୍ଟେଟ ବ୍ୟାଙ୍କ ନିକଟରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଯେଉଁ ସବୁ ଅଞ୍ଚଳ କଣ୍ଟେନମେଣ୍ଟ ରହିଥିଲା ସେ ସବୁର ସମୟସୀମାରେ ବୃଦ୍ଧି କରାଯାଇଥିବା ବେଳେ ନୂତନ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ କରାଯାଇଛି । ଏହାଛଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାବ୍ ଟେଷ୍ଟକୁ ତ୍ୱରାନ୍ୱିତ କରାଯାଇଛି । ଜିଲ୍ଳା ସଦର ମହକୁମା ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ସ୍ୱାବ ସଂଗ୍ରହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.