Home ଜିଲ୍ଲା ପରିକ୍ରମା ଜଳେଶ୍ୱରପୁରରେ ବଜ୍ରପାତରେ ଜଣକର ମୃତ୍ୟୁ

ଜଳେଶ୍ୱରପୁରରେ ବଜ୍ରପାତରେ ଜଣକର ମୃତ୍ୟୁ

86

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅଧିନସ୍ଥ ଜଳେଶ୍ୱରପୁର ଗ୍ରାମ ପଂଚାୟତ ବଳଭଦ୍ରପ୍ରସାଦ ଗ୍ରାମର ସରୋଜ ମହାନ୍ତିଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ଆଜି ଅପରାହ୍ଣ ୩.୩୦ ମିନଟ ସମୟରେ ରାଧାଶ୍ୟାମ ମହାନ୍ତିଙ୍କ ମଝିଆଁ ପୁଅ ସରୋଜ ମହାନ୍ତି ବିଲକୁ ଯାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି । ଏନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.