Home ଓଡ଼ିଶା ପୁଣି ହାତୀ ନେଲା ଆଉ ଏକ ଜୀବନ

ପୁଣି ହାତୀ ନେଲା ଆଉ ଏକ ଜୀବନ

343

ସମ୍ବଲପୁର ୨୯-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ଏଇ କିଛି ଦିନ ତଳେ ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ଉପଖଣ୍ଡ ବାଟଗାଁ ପଂଚାୟତର ଭେଟିଆବେନିରେ ଜଣେ ମହିଳାକୁ ହାତୀ ମାରି ଦେଇଥିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଆଉ ଜଣେ ମହିଳାକୁ ସକାଳେ ହାତୀ ମାରି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ରେଞ୍ଜର ବାଟଗାଁ ପଂଚାୟତ ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ (୬୨)ଙ୍କୁ ଆଜି ହାତୀ ଦଳି ଦେଇଛି। ମୃତ ମହିଳା ଜଣଙ୍କ ନିଜ ଜମିକୁ କୌଣସି କାମରେ ସକାଳ ୫ଟାରେ ଯାଇଥିଲେ। ସେଇ ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ମହିଳା ଜଣଙ୍କୁ କଚାଡ଼ି ମାରି ଦେଇ ଜଙ୍ଗଲକୁ ପଳାଇଥିଲା। ଘର ଲୋକେ ଖବର ପାଇ ଯିବା ବେଳକୁ ମହିଳା ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ବାରମ୍ବାର ଏ ଅଂଚଳରେ ହାତୀ ମଣିଷ ଭିତରେ ଲଢ଼େଇ ହୋଇ ବହୁ ଜୀବନ ଅକାଳରେ ଝରି ପଡ଼ୁଛି। ମୃତ ମହିଳାଙ୍କର ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.