Home ଅପରାଧ ପୁଣି ରେଳଧାରଣା କଡରେ ପଡିଛି କ୍ଷତାକ୍ତ ଯୁବକର ଶବ

ପୁଣି ରେଳଧାରଣା କଡରେ ପଡିଛି କ୍ଷତାକ୍ତ ଯୁବକର ଶବ

188

ଯାଜପୁର ୨୨-୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ଧର୍ମଶଳା ବ୍ଲକ୍ ହରିଦାସପୁରରେ ଦିନକୁ ଦିନ ଅପରାଧି ମାନଙ୍କର ଦୈାରାତ୍ମ ବୃଦ୍ଧିକୁ ନେଇ ଗତ କିଛି ଦିନ ହେଲା ବିରୋଧି ଦଳ ମାନେ ସରକାରଙ୍କୁ ଘେରିବା ପରେ ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ ନକରିବା ଦେଖିବାକୁ ମିଳିଥିଲା। ଫଳରେ ଗତ ୯ ଦିନ ହେଲା ଆରମ୍ଭ ହୋଇଥିବା ଶୀତକାଳୀନ ବିଧାନସଭାକୁ ବିରୋଧି ଦଳ ପକ୍ଷରୁ ଅଚଳ କରାଯିବା ସରକାରଙ୍କ ଚିନ୍ତାର କାରଣ ହୋଇଛି। ଯାଜପୁର ଜିଲ୍ଲାରେ ପୁଲିସ ପ୍ରଶାସନକୁ ଅପରାଧ ନିୟନ୍ତ୍ରଣ କରିବାରେ କୈାଣସି ପରାମର୍ଶ ନଦେବା ଓ ସରକାର ଗତ କାଲ ଏଡିଜିଙ୍କୁ ବଦଳି କରି ଅପରାଧି ଓ ଅପରାଧକୁ ନିୟନ୍ତିଣ କରିବା ଚିନ୍ତାଧାରା ପୁଣି ଅପରାଧକୁ ଆମନ୍ତ୍ରଣ କରିବା ଆଲୋଚ୍ୟର ବିଷୟ ହୋଇଛି। ପୁଣି ଯାଜପୁର ଜିଲ୍ଲାରେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରି ହରିଦାସପୁରର ବାଟଜଙ୍ଗା ଗାଁ ନିକଟ ରେଳଧାରଣା ନିକଟରେ ଦୁର୍ବୃତ୍ତ ପିଙ୍ଗିଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ସୁଣିବାକୁ ମିଳିଛି। ଧର୍ମଶାଳାରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ଯାଜପୁର ଜିଲ୍ଲାର ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି।ଜାରକା ପଞ୍ଚାୟତ ଜାଲସୁଖା(ଟିକରସାହି) ଗ୍ରାମର ଗୁନା ବେହେରାଙ୍କ ପୁଅ ବିଶ୍ବଭୂଷଣ ଓରଫ ଚନ୍ଦନ(୨୨)। ପ୍ରଥମାଷ୍ଟମୀରେ ଚନ୍ଦନ ପଡ଼ୋଶୀ ମାନସ ଦେହୁରୀଙ୍କ ସହ ଦର୍ପଣ ଅଞ୍ଚଳର ଏକ ବନ୍ଧୁଘରକୁ ଯାଇଥିଲେ। ଚନ୍ଦନ ଓ ମାନସ ଉଭୟ ସନ୍ଧ୍ୟାରେ ଲୁନାରେ ଘରକୁ ଫେରୁଥିଲେ। ବାଟରେ ଆରୁହା ହାଟରେ ଏକ ଅଣ୍ଡା ଦୋକାନରୁ ଉଭୟ ସିଝା ଅଣ୍ଡା ଖାଇଥିଲେ। ଦୋକାନୀ ଅଣ୍ଡା ଦର ଅଧିକ କହିବାରୁ ଚନ୍ଦନ ଓ ଦୋକାନୀ ମଧ୍ୟରେ ବଚସା ପରେ ମାରପିଟ ହୋଇଥିଲା। ଏଥିରେ ଅନ୍ୟ ଦୋକାନୀ ଓ ସ୍ଥାନୀୟ ଲୋକ ମିଶି ଚନ୍ଦନ ଓ ମାନସଙ୍କୁ ଆକ୍ରମଣ କରିଥିଲେ। ପରେ ଚନ୍ଦନକୁ ଏକ ଘର ଭିତରକୁ ଭିଡ଼ିନେଇ ସେଠାରେ ନିର୍ଧୁମ ପିଟିଥିଲେ। ଏତିକିରେ ଆକ୍ରମଣକାରୀଙ୍କ କ୍ରୋଧ ଶାନ୍ତ ପଡ଼ିନଥିଲା। ନିକଟସ୍ଥ ପୋଖରୀକୁ ଟେକି ନେଇ ଚନ୍ଦନକୁ ପାଣିରେ ବାରମ୍ବାର ବୁଡ଼ାଇ ଅଣନିଃଶ୍ବାସୀ କରାଇ ଦେଇଥିଲେ। ପରେ ସମ୍ପୃକ୍ତ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ଚନ୍ଦନଙ୍କର କୌଣସି ସନ୍ଧାନ ମିଳିନଥିଲା। ଚନ୍ଦନଙ୍କ ସାଥୀ ମାନସ ବହୁ ଖୋଜାଖୋଜି ପରେ ଚନ୍ଦନଙ୍କୁ ନପାଇବାରୁ ଘରକୁ ଫେରି ସବୁକଥା କହିଥିଲେ। ଆଜି ସକାଳେ ଚନ୍ଦନଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ହରିଦାସପୁର ପଞ୍ଚାୟତ ବାଟିଜଙ୍ଗା ଗାଁ ନିକଟରେ ରେଳଲାଇନ୍ ପାର୍ଶ୍ବରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ପରିବାର ଲୋକେ ଚନ୍ଦନଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.