Home ଓଡ଼ିଶା ପୁଣି ଏକ ଶିଶୁ କନ୍ୟା ଅପହରଣ ଅଭିଯୋଗ

ପୁଣି ଏକ ଶିଶୁ କନ୍ୟା ଅପହରଣ ଅଭିଯୋଗ

36

ନୟାଗଡ/୧୨/୧୨- (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ନୟାଗଡ ଜିଲ୍ଲା ଯଦୁପୁର ଗାଁ ନାବାଳିକା ଶିଶୁ ପରୀ ହତ୍ୟାକାଣ୍ଡ ର ଅଭିଯୁକ୍ତ କୁ ଧରିବା ପାଇଁ ରାଜନୈତିକ ଚାପ ଚାଲିଥିବା ବେଳେ ପୁଣି ସେହି ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ଗ୍ରାମରେ ପୁଣି ଏକ ନାବାଳିକା ଶିଶୁ କନ୍ୟା ହରପ୍ରିୟା ସାହୁ (୩) ଅପହରଣ ର ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆଣିଛନ୍ତି ନାବାଳିକା ହରପ୍ରିୟାର ବାପା ସଂଜୟ କୁମାର ସାହୁ । ଘଟଣାରୁ ପ୍ରକାଶ ଗତ ଡିସେମ୍ବର ୧୧ତାରିଖ ଅପରାହ୍ନ ୩ଘଟିକା ସମୟରେ ବଧିପାଟଣା ଗ୍ରାମ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ଘରଲୋକେ ଗାଁ ସାରା କୁଅ ପୋଖରୀ ଖୋଜି ନପାଇବା ପରେ ରାଜସୁନାଖଳା ଫାଣ୍ଡିରେ ନିଖୋଜ ସର୍ମ୍ପକେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ରାତାରାତି ବଧିପାଟଣା ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଡିସେମ୍ବର ୧୨ତାରିଖ ସକାଳୁ ରଣପୁର ଅଗ୍ନିଶମ ବାହିନୀ ଦ୍ୱାରା ଗାଁ ମୁଣ୍ଡରେ ଥିବା ଜଳଧର ପୋଖରୀ ଓ ନିକଟସ୍ଥ କୁଅ ଗୁଡିକ ଖୋଜାଖୋଜି କରିଥିଲେ । ହରପ୍ରିୟାର କୈଣସି ସନ୍ଧାନ ନପାଇ ନିରାଶ ହୋଇ ଫେରିଥିଲେ । ଏ ସର୍ମ୍ପକେ ଖବର ପାଇ ନୟାଗଡ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଙ୍କ ନିର୍ଦେଶ କ୍ରମେ ଶରଣକୁଳ ଏସ ଡି ପି ଓ ଏସ୍ ଟପୋ ବଧିପାଟଣା ରେ ପହଞ୍ଚି  ତଦନ୍ତ ଜାରି ରଖିଥିବା ଜଣାପଡିଛି । ହରପ୍ରିୟା  ନିଖୋଜ ସର୍ମ୍ପକେ ହରପ୍ରିୟା ର ମା ସବିତା ସାହୁ ଙ୍କୁ ପଚାରିବାରେ କୁହନ୍ତି ଆମ୍ଭ ଗ୍ରାମରେ ଆମ୍ଭର ସେଭଳି କୈାଣସି ଶତୃ ନାହାନ୍ତି । ଆମ୍ଭେ ସଂନ୍ଦେହ କରୁଛୁ ଯେ ଆମ୍ଭ ଗ୍ରାମକୁ କମଳ ବିକିବାକୁ ଆସିଥିବା ଫେରିବାଲା ଆମ୍ଭ ଝିଅକୁ ଅପହରଣ କରି ନେଇଛନ୍ତି । ଘଟଣା ଟି ନୟାଗଡ ଜିଲ୍ଲାରେ ଆଲୋଡନ ଶୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.