Home ଓଡ଼ିଶା ପୁଙ୍ଗାର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ଛାତ୍ର ବିଦ୍ୟାଳୟର ୬ ଜଣ କରୋନା ଆକ୍ରାନ୍ତ

ପୁଙ୍ଗାର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ଛାତ୍ର ବିଦ୍ୟାଳୟର ୬ ଜଣ କରୋନା ଆକ୍ରାନ୍ତ

64

କୋରାପୁଟ : ୮/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ୧୦ରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲିଟିଛି। ସେମିଳିଗୁଡ଼ା ବ୍ଲକ ଅଧିନସ୍ଥ ପୁଙ୍ଗାର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କିଛି ଛାତ୍ର ଅସୁସ୍ଥ ହୋଇଥିବା ଜଣାପରଡ଼ିଛି। ନିକଟସ୍ଥ କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ଏଥିରେ ୬ଜଣ ଛାତ୍ରଙ୍କର ନମୁନା ପଜିଟିଭ ବାହାରିଥିଲା। ୬ଜଣଙ୍କ ମଧ୍ୟରୁ ଜଣକୁ ଜୟପୁର ମୁଖ୍ୟ ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି ଏବଂ ୫ଜଣ ଛାତ୍ରଙ୍କୁ କ୍ୱାରେଣ୍ଟାଇନ ଗୃହରେ ରଖାଯାଇ ଚିକିତ୍ସା ଜାରି ରହିଛି। ବିଦ୍ୟାଳୟରେ ଅନ୍ୟଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନହେବା ଦିଗରେ ସତର୍କ ରହିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ୟାଳୟ ପରିସରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜର କରାଯାଇଛି ଏବଂ ସେମିଳିଗୁଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.