Home ଓଡ଼ିଶା ପିସିସି ପକ୍ଷରୁ ରାଜ୍ୟସ୍ତରୀୟ ବାଂଲାଦେଶ ମୁକ୍ତି ସଂଗ୍ରାମ -୧୯୭୧ ର ୫୦ତମ ପୂର୍ତି ଉତ୍ସବ ପାଳିତ

ପିସିସି ପକ୍ଷରୁ ରାଜ୍ୟସ୍ତରୀୟ ବାଂଲାଦେଶ ମୁକ୍ତି ସଂଗ୍ରାମ -୧୯୭୧ ର ୫୦ତମ ପୂର୍ତି ଉତ୍ସବ ପାଳିତ

33

ଭୁବନେଶ୍ୱର ୨୧.୧୨ (ଓଡ଼ିଆ ପୁଅ) – ବାଂଲାଦେଶ ମୁକ୍ତି ସଂଗ୍ରାମ -୧୯୭୧ ର ୫୦ତମ ପୂର୍ତି ଉତ୍ସବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ବାଂଲାଦେଶ ମୁକ୍ତି ସଂଗ୍ରାମ -୧୯୭୧ କମିଟିର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ତ୍ତ୍ୱପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ବାଂଲାଦେଶ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ବିର ଯୋଦ୍ଧାମାନେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ଉଦ୍‌ଘାଟନ କରିଥିଲେ।

ଯୁଦ୍ଧରେ ନିଜର ଅନୁଭୁତି ବର୍ଣ୍ଣନା କରି ବରେଣ୍ୟ ଅତିଥି ଭାବେ ଯୋଗଦେଇ ସର୍ବଶ୍ରୀ ମେଜର ଜେନେରାଲ ବିକାଶ ମହାନ୍ତି, ଲେପ୍ଟେନାଂଟ କର୍ଣ୍ଣଲ ଶିବରାମ ଶତପଥି, କ୍ୟାପଟେନ ଦୁର୍ଯ୍ୟୋଧନ ମହାନ୍ତି ପ୍ରମୁଖ ତତ୍‌କାଳୀନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ନିଷ୍ପତି ଓ ନେତୃତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀମତୀ ଗାନ୍ଧୀ ନେଉଥିବା ନିଷ୍ପତିରୁ କେବେ ବିଚ୍ୟୁତ ହୁଅନ୍ତି ନାହିଁ ବୋଲି ସେମାନେ କହିଥିଲେ। ନିଜ ନିଜର ଯୁଦ୍ଧ ଅନୁଭୁତି ବର୍ଣ୍ଣନା କରି ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଦେଶପ୍ରୀତିର ଭାବଗର୍ଭକ ପରାକାଷ୍ଠା ବର୍ଣ୍ଣନା କରିଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ତଥା ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ କୁମରବର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ନିଷ୍ପତି ଓ ବଳିଷ୍ଠ ନେତୃତ୍ୱ ବଳରେ ପୂର୍ବ ପାକିସ୍ଥାନ ଓ ପଶ୍ଚିମ ପାକିସ୍ଥାନ ମଧ୍ୟରେ ଲାଗିରହିଥିବା ଦ୍ୱନ୍ଦ ଓ ଲଢ଼େର ଅବସାନ ଘଟାଇ ବାଲାଂଦେଶ ତିଆରି କରିପାରିଥିଲେ ବୋଲି କହିଥିଲେ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ଆପଣମାନେ ଯେଭଳି ଭାବରେ ଆପଣଙ୍କର ମୂଲ୍ୟବାନ ଅନୁଭୂତି ଓ ପରାମର୍ଶ ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ପ୍ରତିବର୍ଷ ଏହି ଉତ୍ସବକୁ ପିସିସି ପକ୍ଷରୁ ଭଲ ଭାବରେ ପାଳନ କରାଯିବ ବୋଲି ସେ କହିଥିଲେ। ହିନ୍ଦୁ ଓ ହିନ୍ଦୁତ୍ୱ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଏବେ ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି। ହିନ୍ଦୁ, ହିନ୍ଦୁତ୍ୱ ଓ ଭାରତୀୟତା ଭିତରେ ସାମାନ୍ୟ ମାତ୍ର ପାର୍ଥକ୍ୟ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ। ମାତ୍ର କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ହିନ୍ଦୁତ୍ୱକୁ ନେଇ ବିଭେଦ ସୃଷ୍ଟି କରିବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭାତୃତ୍ୱ ତଥା ବସୁଦୈବ କୁଟୁମ୍ବକମ ହେଉଛି ହିନ୍ଦୁତ୍ୱର ମୂଳମନ୍ତ୍ର। ହିନ୍ଦୁତ୍ୱ ବିଶେଷକରି ମାନବବାଦ ଉପରେ ପ୍ରାଧାନ୍ୟ ଦେଇଥାଏ। କଂଗ୍ରେସ ଦଳ ହିନ୍ଦୁତ୍ୱକୁ ମାନବଜାତିର ଧର୍ମ ରୂପେ ପ୍ରଚାର କରୁଥିବାବେଳେ ହିନ୍ଦୁତ୍ୱକୁ ସଂକୀର୍ଣ୍ଣତା ଭିତରେ ରଖିବା ପାଇଁ ଆଉ ଏକ ଦଳ ପ୍ରଚେଷ୍ଟା କରୁଛି। ଯାହାକି ସମ୍ଭବ ହୋଇପାରିବ ନାହିଁ। ଏହି ଅବସରରେ ୧୯୭୧ ବାଂଲାଦେଶ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ମେଜର ଜେନେରାଲ ଶ୍ରୀଯୁକ୍ତ ମହାନ୍ତି, ଲେପ୍ଟେନାଂଟ କର୍ଣ୍ଣଲ ଶ୍ରୀଯୁକ୍ତ ଶତପଥି, କ୍ୟାପଟେନ ଶ୍ରୀଯୁକ୍ତ ମହାନ୍ତି ଏବଂ ପୂର୍ବତନ ସୈନିକ କାର୍ତିକେଶ୍ୱର ସାହୁ ଓ ପ୍ରାକ୍ତନ କୂଳପତି ଶ୍ରୀଯୁକ୍ତ ଦାସଙ୍କୁ ମୁଖ୍ୟ ଅତିଥି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ କମିଟିର ସଂଯୋଜକ ଶ୍ରୀ ପଦ୍ମାକର ଗୁରୁ ପରିଚାଳନା କରିଥିଲେ ଓ ଶେଷରେ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଜାତୀୟ ସଂଗୀତ ଗାନ କରାଯାଇ ସଭାସାଂଗ ହୋଇଥିଲା।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଏଆଇସିସି ସଂପାଦକ ଶ୍ରୀ ଶରତ ରାଉତ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଦେବେନ୍ଦ୍ର ନାଥ ଶର୍ମା, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନଦେବ ବେଉରା, ଚିନ୍ମୟ ପ୍ରସାଦ ବେହୁରା, ସୁବ୍ରତ ମହାପାତ୍ର, ବିସ୍ମୟ ମହାପାତ୍ର, ଅଶୋକ ଦାସ, ଅମିୟ ପାଣ୍ଡବ, ମନୋରଞ୍ଜନ ରାଉତରାୟ, ଦୀପକ କୁମାର ମହାପାତ୍ର, ଆଶିଷ ମଲ୍ଲିକ, ପ୍ରକାଶ ମିଶ୍ର, ସୁବାଶ ପ୍ରଧାନ, ଜୟକୃଷ୍ଣ ମଲ୍ଲିଆ, ସତ୍ୟବ୍ରତ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ଆଲୋକ ଲେଙ୍କା, ନଳିନୀ କାନ୍ତ ନାୟକ, ସ୍ୱାଧୀନବାଳା ଦାସ, ସୂର୍ଯ୍ୟକାନ୍ତି ବାଗ, ମମତା କୁଣ୍ଡୁ, ମୋନାଲିସା ଦାସ, ନିରଦ ବରଣ ଖୁଂଟିଆ, ମିହିର ଆଚାର୍ଯ୍ୟ, ନାସିର ଅହମ୍ମଦ, ପ୍ରଫୁଲ୍ଲ ଦାସ, କୈଳାସ ସାହୁ, ଲିଙ୍ଗରାଜ ସାହୁ, ଏମଡି ଶାହାଦୁଲ୍ଲା, ମଂଟୁ ମଲ୍ଲିକ, ସାଗର ପରିଡ଼ା, ମୋହନ ଜେନା, ରାଜକିଶୋର ବାରିକ, ବିଜୟ କୁମାର ଦାସ ଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଓ ଅବସରପ୍ରାପ୍ତ ବହୁ ନୌସେନା, ସ୍ଥଳସେନା, ବାୟୁସେନା ର ସେନାଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.