Home ଓଡ଼ିଶା ପିସିସି ତଥ୍ୟ ଅନୁଧ୍ୟାନ କମିଟି ଗଠିତ

ପିସିସି ତଥ୍ୟ ଅନୁଧ୍ୟାନ କମିଟି ଗଠିତ

84

ଭୁବନେଶ୍ୱର ୧୪.୮ (ଓଡ଼ିଆ ପୁଅ) – ଖରସ୍ରୋତା ନଦୀ ଜଳ ପ୍ରଦାନକୁ ନେଇ ଉପୁଜିଥିବା ବିବାଦ ଓ ପ୍ରକଳ୍ପ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ହୋଇଥିବା ଜନଆକ୍ରୋସ ଓ ତଦ୍‌ଜନୀତ ଗଣ୍ଡଗୋଳ ଘଟଣାର ଅନୁଧ୍ୟାନ କରିବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟ ସ୍ତରୀୟ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ ସର୍ବଶ୍ରୀ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଅଧ୍ୟକ୍ଷ ରହିଥିବାବେଳେ, ଶ୍ରୀ ଅଂଶୁମାନ ମହାନ୍ତି, ଗଣେଶ୍ୱର ବେହେରା, ଜ୍ଞାନଦେବ ବେଉରା ସଭ୍ୟ ରହିଛନ୍ତି ଏବଂ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଆବାହକ ରହିଛନ୍ତି। ଏହି କମିଟି ତୁରନ୍ତ ଘଟଣାସ୍ଥଳ ଗସ୍ତକରି ସ୍ଥାନୀୟ ଅଂଚଳର ବିଭିନ୍ନ ବ୍ୟକ୍ତି, କର୍ତ୍ତୃପକ୍ଷ ଓ କୃଷକବର୍ଗଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରି ଏକ ସବିଶେଷ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅତିଶୀଘ୍ର ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.