Home ଓଡ଼ିଶା କୋଭିଡ୍ କଟକଣା ଭିତରେ ରଣପୁର ୭୫ତମ ସ୍ୱାଧିନତା ଦିବସ ପାଳିତ ହେବ

କୋଭିଡ୍ କଟକଣା ଭିତରେ ରଣପୁର ୭୫ତମ ସ୍ୱାଧିନତା ଦିବସ ପାଳିତ ହେବ

72

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୮- ସାରା ଦେଶ ରେ ସ୍ୱାଧିନତା ର ପ୍ରଥମ ସୁର୍ଯ୍ୟୋଦୟ କୁ ଦେଶସାରା ସ୍ୱାଧିନତା ଦିବସ ଭାବେ ମହା ଆଡମ୍ବର ରେ ପାଳନ କରାଯାଇଥାଏ । ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ରେ ପ୍ରତିବର୍ଷ ସ୍ୱାଧିନତା ଦିବସ ରେ ରାଜନେତା ଓ ସାଧାରଣତନ୍ତ୍ର ଦିବସ ରେ ପ୍ରଶାସନିକ ଅଧିକାରୀ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥାନ୍ତି । ଚଳିତ ବର୍ଷ ୭୫ ତମ ସ୍ୱାଧିନତା ଦିବସରେ କୋଭିଡ୍ କଟକଣା ଭିତରେ ରଣପୁର ପଞ୍ଚୁଦୋଳ ପଡିଆ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସ୍ଥିର ହୋଇଅଛି ।

ବିଧାୟକ ପ୍ରଥମେ ମା ମଣିନାଗ ମହିଳା ମହା ବିଦ୍ୟାଳୟ ରେ ପତାକା ଉତ୍ତୋଳନ ପରେ ଆଦର୍ଶ ବିଦ୍ୟାମନ୍ଦିର ରେ ପତାକା ଉତ୍ତୋଳନ ଶେଷରେ ରଣପୁର ପଞ୍ଚୁଦୋଳ ପଡିଆ ରେ କୋଭିଡ୍ କଟକଣା ଭିତରେ ନିରାଡାମ୍ବର ଭାବରେ ପତାକା ଉତ୍ତୋଳନ କରିବେ ବୋଲି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ପ୍ୟାରେଡ୍ ରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.