Home ଓଡ଼ିଶା ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ

51

ବାଲିଗୁଡା, ୧୮/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା। ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ ରଖି ଆଜି ସକାଳୁ ପୋଲିସର ଜିମା ଦେଲେ ଗ୍ରାମବାସୀ।ସନ୍ଦିଗ୍ଧ ଜଣକ ପର୍ତ୍ତମାହା ପଞ୍ଚାୟତର କଟାବାଡ଼ି ଗ୍ରାମର ମିନକେତନ ପ୍ରଧାନ ହୋଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ମିନକେତନ ମୁଣ୍ଡୁଲାବାଲି ଗ୍ରାମରେ ବୁଲୁଥିବା ସମୟରେ କିଛି ଗ୍ରାମବାସୀ କୁଆଡ଼େ ବୁଲୁଛୁ ବୋଲି ତାକୁ ପଚାରିବାରୁ ସେ ଦୌଡ଼ିବାକୁ ଲାଗିଲା। ଏହାପରେ ଗ୍ରାମବାସୀ ମିନକେତନ କୁ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ଗାଁ କମିଟି ଘରେ ତାକୁ ତାଲା ପକାଇ ରଖିଥିଲେ। ଏହାପରେ ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେଇଥିଲେ। ଆଜି ସକାଳୁ ଏସଆଇ ସୌମ୍ୟରଞ୍ଜନ ଜେନା ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚାରା ଉଚୁରା କରୁଥିବା ବିଷୟ ଥାନା ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.