Home Top News ପିପିଲି କଣାସବ୍ଲକରେ ପଶିଲା ବନ୍ୟାପାଣି : ସର୍ପ ଭୟ ଘାରୁଛି

ପିପିଲି କଣାସବ୍ଲକରେ ପଶିଲା ବନ୍ୟାପାଣି : ସର୍ପ ଭୟ ଘାରୁଛି

29

ପୁରୀ ୧୬-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପିପିଲି କଣାସବ୍ଲକରେ ପଶିଲା ବନ୍ୟାପାଣି। କଣାସ ବ୍ଲକର ବିଭିନ୍ନ ଅଂଚଳରେ ପାଣି ପଶିବା ସହ ନାନକେରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହରେ ଆଣ୍ଠୁଏ ଉଚ୍ଚର ବନ୍ୟାପାଣି ଲହଡ଼ି ମାରୁଚି। ବିଷାକ୍ତ ସାପ ବିଚରଣକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ। କଣାସର ଦୋକନ୍ଦା ଗାଁ ଭିତରେ ଓ ଘରେ ପାଣି ପଶିଯାଇଛି। କଉଡିଆପୁର ଠାରେ ଦୟା ନଦୀରେ ଘାଇ ୨୦ଫୁଟର ଘାଇ ହୋଇଛି। ଫଳରେ କଣାସ ବ୍ଲକ ର ୨ଟି ପଂଚାୟତ ଦୋକନ୍ଦା ଓ ବଡାସ ପଂଚାୟତ ଜଳବନ୍ଦୀ ହୋଇ ପଡିଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରଂଭ ହୋଇଛି।

ସେପଟେ ପୁରୀ ପିପିଲିର ଦୟା ନଦୀ ଭାରତୀ ପୁର କାଜରୁ ବନ୍ୟା ଜଳ ନିକଟରେ ଥିବା ଗ୍ରାମରେ ପଶିଯାଇଛି। ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି। ବନ୍ୟା ପାଣିରେ ପ୍ରଭାବିତ ହୋଇଛି ଭାରତୀପୁର ପଞ୍ଚାୟତର ଜଂବିଲା ଗ୍ରାମ, କଣ୍ଟ ପୁର ସହିତ ହାଟ ସାହିର ମିର୍ଜା ପୁର ଅଞ୍ଚଳ। ଲୋକଙ୍କ ଘରେ ପାଣି ପଶିଯାଇଛି। ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ପ୍ରଶାସନ।

ସେପଟେ ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରଭାହିତ ହେଉଥିବା କୁଶଭଦ୍ରା ନଦୀ ବନ୍ୟା ଜଳ ଆସିବା ପରେ ତଳିଆ ଅଞ୍ଚଳ ର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ଗୋପ ବ୍ରିଜ ଠାରୁ କୁସୁପୁର ଦେଇ ନିମାପଡା ପଯ୍ୟନ୍ତ ନଦୀ ବନ୍ଧ ର ଉଭୟ ପାର୍ଶ୍ୱ ଦୁର୍ବଳ ଅବସ୍ଥାରେ ରହିଛି। ଗୋପ ରେ ୩ଟି ସ୍ଥାନରେ ବେନିୟମ ଭାବେ ବାଲି ଘାଟ କରାଯାଇ ବାଲି ଚାଲାଣ କରାଯିବାକୁ ନେଇ ବନ୍ଧ ଦୁର୍ବଳ ହୋଇଚି। ଏବେ ସେଠାରେ ବନ୍ୟା ଜଳ ପ୍ରଭାହିତ ହେଉଥିବାରୁ ବିପଦ ନିଶ୍ଚୟ ରହିଛି। ଗୋପ ର ବଣିଆ ସାହି ମୁଣ୍ଡରେ ଥିବା ସୁଇଚ ଗେଟ ଟି ସମ୍ପୂର୍ଣ ଭାଙ୍ଗି ଯାଇଥିବାରୁ ନଦୀ ର ବନ୍ୟା ଜଳ ବଣିଆ ସାହି ଓ କୁସୁପୁର ଅଭିମୁଖେ ପ୍ରବାହିତ ହେଉଛି। ଠିକ ସେହିପରି ନାଗପୁର ପଞ୍ଚାୟତର ନେତପୁରୁ ଠାରେ ମଧ୍ୟ ଏକ ସୁଇଚ ଗେଟର କବାଟ ଭଙ୍ଗା ଥିବାରୁ କୁଶଭଦ୍ରା ବନ୍ୟା ଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ନେତପୁରୁ ଓ ତାର ଆଖପାଖ ଗାଁ ବନ୍ୟା ଜଳରେ ଜଳମଗ୍ନ ହୋଇଯିବାର ଆଶଂକା ରହିଛି। ଏହା ସବୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହା ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ପରିଣାମ ଗୋପ ଅଞ୍ଚଳର ସମସ୍ତ ସାଧାରଣ ଜନତାଙ୍କୁ ଆଜି ଭୋଗିବାକୁ ପଡୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.