Home ଓଡ଼ିଶା ପିଜୁଳି ଖାଇବା ହେଲା କାଳ : ପୋଖରୀ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ପିଜୁଳି ଖାଇବା ହେଲା କାଳ : ପୋଖରୀ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

154

କୋରାପୁଟ : ୨/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଦେବ ଗୋନ୍ଦଣା ଗ୍ରାମରେ ଏକ ଘଟିଛି ପିଜୁଳି ଖାଇବାକୁ ଯାଇ ନଦୀରେ ବୁଡ଼ି ତିନି ଜଣ ନାବାଳିକା ମୃତ୍ୟୁ ବରଣ କରିଥିବା ନେଇ ନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ପରିବାର। ସୂଚନା ଅନୁଯାୟୀ ପିଜୁଳି ତଳି ଖାଇବାକୁ ଯାଇ ଗତକାଲି ଅପରାହ୍ନଠାରୁ ନିଖୋଜ ହୋଇଯାଇଥିଲେ ତିନି ଜଣ ନାବାଳିକା। ଆଜି ଗାଁ ନିକଟରେ ଥିବା ପୋଖରୀ ଭିତରୁ ତିନି ସାଙ୍ଗଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଘଟଣା ଏବେ ସମଗ୍ର ଦେବ ଗନ୍ଦଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଘଟଣା ଘଟିଛି କୋରପୁଟ ଜିଲ୍ଲାର ଲମତା ପୁଟ ବ୍ଲକ ର ବନମାଳୀ ପୁଟ ଗ୍ରାମପଞ୍ଚୟତର ଦେବ ଗନ୍ଦଣାଗ୍ରାମର ନିକିତା ଦଳପତି (୧୩)ସନ୍ତୋଷୀ ପାତ୍ର(୧୪)ପୂଜା ତାମିଳି(୧୨)ଗାଁ ନିକଟରେ ନୂତନ ଖୋଳାଯାଇଥିବା ପୋଖରୀ ନିକଟରେ ଥିବା ପିଜୁଳି ଖାଇବାକୁ ଯାଇଥିଲେ। ପିଜୁଳି ଖାଇ ସାରିବା ପରେ ଗୋଡ଼ ହାତ ସପା କରିବାକୁ ପୋଖରୀକୁ ଯାଇଥିଲେ। କୌଣସି କାରଣ ବସତଃ ଗୋଡ଼ ଖସି ଯିବାରୁ ପରସ୍ପରକୁ ଟାଣି ହୋଇ ଗଭୀର ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ଥିଲେ ମଧ୍ୟ ତିନି ଜଣଙ୍କୁ ପାଇ ନଥିଲେ। ଆଜି ସକାଳେ ଗାଁ ନିକଟ ପୋଖରୀ ତିନି ଜଣଙ୍କର ଚପଲ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ଘଟଣା ସମ୍ପର୍କରେ ମୃତ ନିକିତାର ବାପା ସୋମନାଥ ଦଳପତି ନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନନ୍ଦପୁର ପୋଲିସ ଅଗ୍ନିଶମ ବିଭାଗ, ଓ ମାଚକୁଣ୍ଡ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଶବ ଗୁଡିକକୁ ଉଦ୍ଧାର କରିଛି। ଘଟଣାଟି ପ୍ରଚାରିତ ହେବା ପରେ କୋରାପୁଟ ବିଧାୟକ ରଘୁରାମ ପାଡାଲ, ଲମତା ପୁଟ ବ୍ଲକ ଅଧକ୍ଷା ଲକ୍ଷ୍ମୀ ହାନ୍ତାଳ ଓ ମାଛ କୁଣ୍ଡ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଦୁଃଖିତ ପରିବାରକୁ ରେଡ଼ କ୍ରସପାଣ୍ଟିରୁ ତିନି ପରିବାର ଲୋକଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ ଓ ଗ୍ରାମ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ପରିବାର ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସମବେଦନା ଜଣାଇଛନ୍ତି। ନନ୍ଦପୁର ଥାନାରେ କେସ ନମ୍ବର ୧୬/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତ ରେ ଘଟଣା ସ୍ଥଳରେ ଶବ ବ୍ୟବଚ୍ଛେଦ କରି ତିନି ନାବଳିକାଙ୍କର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ଦେଖିଲା ପରେ ଦେବ ଗନ୍ଦଣା ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.