Home କେନ୍ଦୁଝର ପାୱାରଟିଲର ରେ ଗୋଡ କଟିବା ଘଟଣା, ଗୋଟିଏ ଗୋଡ ହରାଇବା ପରେବି ମିଳିଲାନି ଭିନ୍ନକ୍ଷମ ଭତ୍ତା

ପାୱାରଟିଲର ରେ ଗୋଡ କଟିବା ଘଟଣା, ଗୋଟିଏ ଗୋଡ ହରାଇବା ପରେବି ମିଳିଲାନି ଭିନ୍ନକ୍ଷମ ଭତ୍ତା

70

ହାଟଡିହି, ୧୫ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତ ୨୦୧୯ ନଭେମ୍ବର ମାସରେ ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମରେ ପାୱାରଟିଲର ଦ୍ୱାରା ବିଲରେ ହଳ କରୁଥିବାବେଳେ ଅସାବଧାନତା ଯୋଗୁଁ ଜଣେ ଯୁବ ଚାଷୀଙ୍କ ଗୋଡ କଟିଯାଇଥିଲା । ଗ୍ରାମବାସୀ ଓ ବିଭିନ୍ନ ସ୍ୱଚ୍ଛୋସେବୀ ସଂଗଠନ ପକ୍ଷରୁ ସହାୟତା କ୍ରମେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଗୋଟିଏ ଗୋଡ ହରାଇ ଭିନ୍ନକ୍ଷମ ଜୀବନ ବିତାଉଛନ୍ତି । ଖବରରୁ ଜଣାଯାଇଛି ଯେ ଶିବନାରାୟଣପୁର ଗ୍ରାମର ଖଗେଶ୍ୱର ଘଡେଇଙ୍କ ଏକମାତ୍ର ପୁଅ ବିଜୟ କୁମାର ଘଡେଇ(୨୩) ଗତ ୨୦୧୯ ନଭେମ୍ବର ମାସରେ ବିଲକୁ ପାୱାରଟିଲର ନେଇ ହଳ କରିବାକୁ ଯାଇଥିଲେ । ହଳ କରିବା ସମୟରେ ଅସାବଧାନତାରୁ ତାଙ୍କ ବାମଗୋଡଟି ଲଙ୍ଗଳ ସଂଷ୍ପର୍ଶରେ ଚାଲିଆସିଥିଲା । ଫଳରେ ତାଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ସେଠାରୁ ଅଶ୍ୱିନୀ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯିବା ପରେ ତାଙ୍କର ଗୋଟିଏ ଗୋଡ ସମ୍ପୁର୍ଣ୍ଣ କଟାହୋଇଥିଲା । ଦୀର୍ଘଦିନ ଡାକ୍ତରଖାନାରେ ରହି ଚିକତ୍ସିତ ହୋଇ ଘରକୁ ଫେରିଥିଲେ ମଧ୍ୟ ଗୋଟିଏ ଗୋଡ ନଥବବାରୁ ସେ ଚଲାବୁଲା କରିପାରୁ ନାହାନ୍ତି । ଶତକଡା ୭୫ଭାଗ ଦିବ୍ୟାଙ୍ଗ ଥାଇ ଭତ୍ତା ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏନେଇ ବଞ୍ଚୋ ସେବାସଦନ ପକ୍ଷରୁ ମମତା ବରାଳ ନାମକ ଜଣେ ସ୍ୱେଚ୍ଛାସେବୀ ଏନେଇ କେନ୍ଦୁଝର ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ମୋ ସରକାର, ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖଙ୍କୁ ଟୁଇଟ କରି ଦିବ୍ୟାଙ୍ଗ ଭତ୍ତା ଖଣ୍ଡିଏ କରାଇଦେବାକୁ ଦାବି କରିଛନ୍ତି । ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.