Home କେନ୍ଦ୍ରାପଡ଼ା ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ପାଳିତ

ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ପାଳିତ

57

କେନ୍ଦ୍ରାପଡ଼ା୩୦ଅଗଷ୍ଟ(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ “ପାୟଲ ମ୍ୟୁଜିକ ସ୍କୁଲ” ପକ୍ଷରୁ ଐତିହାସିକ ଓ ସଂଗ୍ରାମୀ ଗ୍ରାମ ଧୂମାତ ଗାନ୍ଧୀ ସ୍ମୃତି ପୀଠରେ ସ୍ୱାଧିନତାର ୭୫ ବର୍ଷ ପାଳନ ଅବସରରେ “ଆଜାଦିକି ଅମୃତ ମହୋତ୍ସବ” ପାଳିତ ହୋଇଯାଇଛି। ଏହି କାର୍ଯର୍୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମାମାନେ ଧୂମାତ ଗ୍ରାମ ମଧ୍ୟରେ ଏକ ସଚେତନତା ଧର୍ମୀ ରାଲି କରି ଗାନ୍ଧୀ ସ୍ମୃତି ପୀଠରେ ପହଞ୍ଚିଥିଲେ। ସେଠାରେ ଥିବା ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତୀକୁ ସ୍ନାନ କରାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅତି ପ୍ରିୟ ଭଜନକୁ ସମସ୍ତେ ସାମୁହିକ ଭାବେ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ, ଗୁରୁ ଭାଷ୍କର ଚନ୍ଦ୍ର ବେହେରା, ନଳିନୀକାନ୍ତ ପଣ୍ଡା, ସମାଜସେବୀ ଶାନ୍ତନୁ ମଲ୍ଳିକ, ଗୋଲକ ଚନ୍ଦ୍ର ଜେନାଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.