Home କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜର ଆଭାସି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଖେଳାଳିଙ୍କ ଅଂଶଗ୍ରହଣ

ତୁଳସୀ ମହିଳା କଲେଜର ଆଭାସି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଖେଳାଳିଙ୍କ ଅଂଶଗ୍ରହଣ

33

କେନ୍ଦ୍ରାପଡ଼ା ୩୦ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଜାତୀୟ ଆଭାସି କାର୍ଯ୍ୟକ୍ରମ ତୁଳସୀ ମହିଳା ମହାବିଦ୍ୟାଳୟର କ୍ରୀଡା ପରିଷଦ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଅନ୍ୟୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓ ଟୋକିଓ ଅଲମ୍ପିକ୍ସ -୨୦୨୦ରେ ଅଂଶ ଗ୍ରହଣ କରିଥିବା ଖେଳାଳି ତଥା ଓଡିଶାର ଗର୍ବ ଓ ଗୌରବ ଦୂତିଚାନ୍ଦ, ଶିବପାଲ ସିଂହ(ଜାଭେଲିନ୍‌), ସି.ଏ. ଭବାନୀ ଦେବୀ(ତିରନ୍ଦାଜ) ଅଂଶ ଗ୍ରହଣ କରି ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଖେଳକୁ ବୃତ୍ତି ଭାବରେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। କିଟ ବିଶ୍ୱ ବିଦ୍ୟାଳୟ କ୍ରୀଡା ବିଭାଗର ନିର୍ଦ୍ଦେଶକ ଡଃ. ଗଗନେନ୍ଦୁ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଖେଳକୁ କେଉଁ ଭଳି ଭାବରେ ପ୍ରାଧାନ୍ୟ ଦେଉଛନ୍ତି ସେ ସମ୍ପର୍କରେ ବିଷଦ ଭାବରେ ବୁଝାଇବା ସହ ଅଭିଭାବକଙ୍କୁ ସେମାନଙ୍କ ପିଲାମାନଙ୍କୁ କ୍ରୀଡାବୀତ ଭାବରେ ଗଢି ତୋଳିବା ପାଇଁ ସନ୍ଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରଞ୍ଜିତ ରଞ୍ଜନ ସାହୁ ପୌରହିତ୍ୟ କରିଥିବା ବେଳେ +୩ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ମଥୁରୀ ଚରଣ ନାୟକ ଆଭାସି କାର୍ଯ୍ୟକ୍ରମର ଲକ୍ଷ ସମ୍ପର୍କରେ ସୂଚନା ଦେଇଥିଲେ। କ୍ରୀଡା ପରିଷଦ ଉପସଭାପତି ତଥା ଜାତୀୟ ସେବା ଯୋଜନା ଅଧିକାରୀ ଡଃ. ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ। ଶେଷରେ କ୍ରୀଡା ଶିକ୍ଷୟତ୍ରୀ ସଂଯୁକ୍ତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.